ଆଜି ‘କୌନ ବନେଗା କରୋଡପତି’ର କରମବୀର ଏପିସୋଡରେ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ଦେଖିବାକୁ ମିଳିବ। ତାଙ୍କ ସହ କେବିସି ହଟସିଟ୍ରେ ଆସାମ ଆଥଲେଟ୍ ହିମା ଦାସ ଓ ପୂର୍ବତନ କ୍ରିକେଟର୍ ବୀରେନ୍ଦ୍ର ସେହୱାଗ୍ଙ୍କୁ ବି ୨୫ ଅକ୍ଟୋବରରେ ଦର୍ଶକ ଦେଖିବାକୁ ପାଇବେ।କେବସି ପୂର୍ବରୁ ବହୁଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମାଙ୍କ ସୋ’ରେ ଆନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ଝିଅ ତଥା ମହିଳା ଆଥଲେଟ୍ ଦୂତୀ ଚାନ୍ଦ ପ୍ରଥମ ଓଡ଼ିଆ ମହିଳା ଭାବେ ସାମିଲ ହୋଇଥିଲେ। ଏହି ସୋ’ରେ ଦୂତୀଙ୍କ ସହ ପୂର୍ବତନ ହକି ଖେଳାଳି ସନ୍ଦିପ ଶର୍ମା ଏବଂ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ ସାମିଲ ହୋଇଥିଲେ।
T 3526 –
सँवर सँवर के सँवार दिया है , चेहरे के हर अंग को
अब छोड़ भी दो यारों खेल KBC को शुरू करने दो ~अब pic.twitter.com/0wFQcYgQhJ— Amitabh Bachchan (@SrBachchan) October 22, 2019
କେବିସିରେ ଭାଗ ନେବା ପରେ ଦୂତୀ କହିଛନ୍ତି, ‘କେବିସି’କୁ ଆସି ମୋତେ ବହୁତ ଖୁସି ଲାଗୁଛି। ବଲିଉଡ ବାଦଶାହା ଅମିତାଭ ବଚ୍ଚନଙ୍କ ସହିତ ଦେଖା ହେଲା। ଯାହାଙ୍କୁ ମୁଁ କେବଳ ଟିଭି ପରଦାରେ ଦେଖିଥିଲି। ଅମିତାଭ ବଚ୍ଚନଙ୍କ ସାମ୍ନାରେ ପଡ଼ିଥିବ। ସିଟ୍କୁ ସମସ୍ତେ ହଟ୍ ସିଟ୍ ବୋଲି କହନ୍ତି। ଆପଣଙ୍କୁ କହି ରଖିବାକୁ ଚାହୁଛି କି ସତରେ ସେହି ସିଟ୍ରେ ବସି ମୁଁ ଅନୁଭବ କଲି ତାହା ହଟ୍ ସିଟ୍ ବୋଲି। କାରଣ ଏହି ସିଟ୍ରେ ବସିବା ପରେ ମୋତେ ବହୁତ ଡର ଲାଗୁଥିଲା। ଭଗବାନଙ୍କ ଆଶୀର୍ବାଦରୁ ଅମିତାଭ ବଚ୍ଚନ ପଚାରି ଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଇ ପାରଥିଲି। ’