Only for Entertainment

‘କୌନ ବନେଗା କରୋଡପତି’ରେ ନଜର ଆସିବେ ଦୌଡରାଣୀ ଦୂତି ଚାନ୍ଦ !

Pragativadi
32

ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ କୁଇଜ୍ ସୋ’ ‘କୌନ ବନେଗା କରୋଡପତି’ର ୧୧ତମ ସିଜନ ଆରମ୍ଭ ହୋଇ ଯାଇଛି। ଇତିମଧ୍ୟରେ ବିଭିନ୍ନ ପ୍ରତିଯୋଗୀଙ୍କୁ ‘କୌନ ବନେଗା କରୋଡପତି’ ଚୌକିରେ ଦେଖିବାକୁ ମିଳିଛି। ତେବେ ଭାରତର ଦ୍ରୁତତମ ଧାବିକା ଦୂତୀ ଚାନ୍ଦଙ୍କୁ ବି ‘କୌନ ବନେଗା କେରୋଡପତି’ର ହଟ୍ ସିଟ‌ରେ ବସିବାର ଦେଖିବାକୁ ମିଳିବ ବୋଲି କୁହାଯାଉଛି।

‘କୌନ ବନେଗା କରୋଡପତି’ରେ ବିଗଙ୍କ ସାମନାରେ ହଟ୍ ସିଟରେ ବସିବେ ଦୂତୀ ଚାନ୍ଦ ଏବଂ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଇ ଖେଳିବେ ଓଡ଼ିଶାର ଦୌଡରାଣୀ ଦୂତୀ । ‘କୌନ ବନେଗା କରୋଡପତି’ ସୁଟିଂ ପାଇଁ ଦୂତୀ ଖୁବ ଶୀଘ୍ର ମୁମ୍ବାଇ ଯିବେ ବୋଲି କୁହାଯାଉଛି।

ମେଗା ସୋ’ କେବିସି ପୂର୍ବରୁ ଦୂତୀ କମେଡିଆନ୍‌ କପିଲ ଶର୍ମାଙ୍କ ସୋ’ରେ ଭାଗ ନେଇଥିବା ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ସେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତରେ ପ୍ରଶଂସା ସାଉଁଟିଥିଲେ । ଆଉ ଏବେ କେବିସିରେ ଭାଗ ନେଇ ଓ ବିଗ୍‌ ବିଙ୍କୁ ଭେଟିବା ପାଇଁ ଦୂତୀ ବେଶ୍‌ ଉତ୍ସାହିତ ଥିବା ସହିତ ଓଡ଼ିଶାବାସୀ ବି ତାଙ୍କ ସୋ’କୁ ଦେଖିବା ପାଇଁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More