Only for Entertainment

ଦୂତି କହିଲେ ମୋ ଉଚ୍ଚତା କମ,କିନ୍ତୁ ବେଗ ଅଧିକ ।

aajtak
0 38

ଏସୀୟ କ୍ରିଡ଼ାରେ ଦୁଇଟି ରୂପା ପଦକ ହାସଲ କରିଥିବା ଖେଳାଳୀ ଦୂତି ଚାନ୍ଦଙ୍କ ଆଗାମୀ ଲକ୍ଷ୍ୟ ହେଉଛି ଅଲମ୍ପିକ ଖେଳରେ ଦେଶ ପାଇଁ ପଦକ ଜିତିବା । ପ୍ରତିଯୋଗୀତାରେ ଦୁଇଟି ପଦକ ଜିତି ପିଟି ଉଷା ଏବଂ ଜ୍ୟୋତିର୍ମୟ ସିକନ୍ଦରଙ୍କ ଭଳି ଆଥଲେଟିଙ୍କ ଶ୍ରେଣୀରେ ସାମିଲ ହୋଇ ଯାଇଥିବା ଦୂତି କହିଛନ୍ତି ଏହି ବିଜୟ ପରେ ସେ ଅଧିକ କଡ଼ା ଅଭ୍ୟାସ କରିବେ,ଯାହା ଦ୍ୱାରା ଅଲମ୍ପିକରେ ପଦବୀ ଜିତିବାର ସ୍ୱପ୍ନ ତାଙ୍କର ପୂରଣ ହୋଇପାରିବ ।


1

ଦୂତି ଚାନ୍ଦ ଜାକର୍ତାରେ ଚାଲିଥିବା ଏସୀୟ ଖେଳରେ ମହିଳାଙ୍କ ୨୦୦ ମିଟର ଦୌଡ଼ ଏବଂ ୧୦୦ ମିଟରର ରୂପା ପଦକ ନିଜ ନାମରେ କରିଛନ୍ତି । ନିଜ ରାଜ୍ୟକୁ ଫେରିବା ପରେ ଦୂତି କହିଛନ୍ତିଯେ ମୋ ଉଚ୍ଚତା ଯଦିଓ କମ,କିନ୍ତୁ ମୋ ବେଗ ଅଧିକ । ସମସ୍ତଙ୍କ ଶରୀରର ଗଢଣୀ ଭିନ୍ନ ପ୍ରକାରର । ତଥାପି ପ୍ରଶିକ୍ଷଣ ସମୟରେ ମୁଁ ଏହି ଦିଗ ପ୍ରତି ଧ୍ୟାନ ଦେବି । ଏହା ସହିତ ଦୂତି କହିଛନ୍ତିଯେ ଏବେ କୌଣସି ବଡ଼ ଖେଳ ନାହିଁ ଏବଂ ଅଲମ୍ପିକ ପାଇଁ ମୋ ହାତରେ ଦୁଇ ବର୍ଷ ସମୟ ଅଛି । ଅଲମ୍ପିକ ପରେ ଆସନ୍ତା ବର୍ଷ ଏସୀୟ ଚାମ୍ପିଅନସିପରେ ମଧ୍ୟ ଭାଗ ନେବାର ଅଛି । ଏହି ବର୍ଷ ସେ ଖୁବ କଷ୍ଟ କରିବେ ବୋଲି କହିଛନ୍ତି । କାରଣ ଦେଶର ନାମ ସେ ଅଲମ୍ପିକରେ ଉଂଚା କରିବାକୁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More