Only for Entertainment

ଏହି ବଲିଉଡ ଅଭିନେତ୍ରୀଙ୍କୁ ଡେଟ କରୁଛନ୍ତି ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ବ୍ରାଭୋ ! ସମ୍ପର୍କକୁ ନେଇ ଚର୍ଚ୍ଚା

circle of cricket
0 55

ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ୍ ପାଇଁ ଖେଳୁଥିବା ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଡିୱେନ ବ୍ରାଭୋ ଏବେ ନିଜ ଖେଳକୁ ନେଇ ନୁହେଁ ଅଫେୟାରକୁ ନେଇ ଚର୍ଚ୍ଚାରେ । ଏହି କ୍ରିକେଟର ବଲିଭଡ ଅଭିନେତ୍ରୀଙ୍କୁ ଡେଟ କରୁଥିବା ନେଇ ଜୋର ରୋରରେ ଚର୍ଚ୍ଚା ହେଉଛି ।

ଖବର ଅନୁସାରେ ବ୍ରାଭୋ ୨୦୦୬ର ମିସ ଇଣ୍ଡିଆ ବା ‘ଇନସାଇଡ ଏଜ’ ଫେମ ଅଭିନେତ୍ରୀ ନତାଶା ସୁରୀଙ୍କୁ ଡେଟ କରୁଛନ୍ତି । ନିକଟରେ ଏହି ଦୁଇ ଷ୍ଟାରଙ୍କୁ ଏକ କଫି ସପରେ ଦେଖିବାକୁ ମିଳିଥିଲା । ]

bravo

ଏହା ବ୍ୟତିତ ନତାଶାଙ୍କୁ ଅନେକଥର ଆଇପିଏଲ ମ୍ୟାଚରେ ଦେଖିବାକୁ ମିଳିଛି । ନିକଟରେ ନତାଶା ବ୍ରାଭୋଙ୍କୁ ଚିୟର କରିବା ପାଇଁ ଷ୍ଟାଡିୟମରେ ପହଁଚିଥିଲେ । କିନ୍ତୁ ଦୁହେଁ ପରସ୍ପରର ଭଲ ବନ୍ଧୁ ବୋଲି କହିଛନ୍ତି ।

natasha-suri

ଖବର ଅନୁସାରେ ବ୍ରାଭୋ ଏବେ ସିଙ୍ଗିଲ ଅଛନ୍ତି ନକଟରେ ବ୍ରାଭୋ ଏବଂ ତାଙ୍କ ଗଲଫ୍ରେଣ୍ଡ ରେଜିମା ରାମଜିତଙ୍କ ସହିତ ବ୍ରେକଅପ ହୋଇଯାଇଛି । ଏହା ଦୁହିଁଙ୍କ ଅଫେୟାର ଖବରକୁ ଖୋରାକ ଯୋଗାଉଛି ।

କିଛି ଦିନ ପୂର୍ବେ ବ୍ରାଭୋ ବିରାଟ କୋହଲିଙ୍କ ସହିତ ଚାମ୍ପିଅନ ଗୀତରେ ଡ୍ୟାନ୍ସ କରିଥିଲେ ଏବଂ ଏହା ଖୁବ ଭାଇରାଲ ମଧ୍ୟ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More