Only for Entertainment

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଆପଣ ଆପେଣ୍ଡିସାଇଟିସ୍‌ ଶିକାର କି ?

57

ଏଣୁ ତେଣୁ ଗୁଡ଼ାଏ ଖାଇବା ଦ୍ବାରା ପେଟରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ବାନ୍ତି ହେବା, ପେଟ ଭିତରେ ଗୋଳାଇ ଘାଣ୍ଟି ହେବା, ପେଟ ଦରଜ ହେବା, ଅମ୍ଳ ଭଳି ସମସ୍ୟାକୁ ସାଧାରଣତଃ ସମସ୍ତେ ଅଣଦେଖା କରନ୍ତି। ମାତ୍ର ଯଦି ସବୁବେଳେ ପେଟ ଏବଂ ଅଣ୍ଟାରେ ଦରଜ ରହୁଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା  ଆପେଣ୍ଡିସାଇଟିସ୍‌  ହୋଇପାରେ। ଆପେଣ୍ଡିକ୍ସ ଅନ୍ତନଳୀର ଏକ ଅଂଶ। ପେଟରେ ଛୋଟ ଏବଂ ବଡ଼ ଅନ୍ତନଳୀ ମଝିରେ ଏହା ଥାଏ। ଦୀର୍ଘ ଦିନ ଧରି କୋଷ୍ଠକାଠିନ୍ୟ, ଅମ୍ଳ ଏବଂ ପେଟରେ ସଂକ୍ରମଣ ପାଇଁ ଅନ୍ତନଳୀ ଫୁଲିଯାଇଥାଏ। ଯାହା ଆପେଣ୍ଡିସାଇଟିସ୍‌ର କାରଣ ପାଲଟିଥାଏ। ଅପରେସନ ମାଧ୍ୟମରେ ଏହାକୁ ଠିକ୍‌ କରାଯାଏ। ତେବେ ଆପେଣ୍ଡିସାଇଟିସ୍‌ର ଲକ୍ଷଣ ସମ୍ପର୍କରେ ଜାଣନ୍ତୁ, ଯାହାଫଳରେ ଠିକ୍‌ ସମୟରେ ଏହାର ଉପଚାର କରାଯାଇପାରିବ।

ବାନ୍ତି ହେବା
ଆପେଣ୍ଡିସାଇଟିସ୍‌ ଆରମ୍ଭ ହେଲେ ପେଟ ଦରଜ ହେବା ସହ ବାନ୍ତି ଲାଗିଥାଏ। ପେଟ ସବୁବେଳେ ଗୋଳାଇ ଘାଣ୍ଟି ହେଲା ଭଳି ଅନୁଭୂତ ହୁଏ।

ପେଟ ଦରଜ ହେବା
ପେଟ ଦରଜ ହେବା ସାଧାରଣ କଥା। ତେବେ ପେଟର ଡାହାଣ ପଟ ନାଭି ତଳେ କିମ୍ବା ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଦରଜ ରହିଲେ, ଜାଣିନେବେ ଯେ ଆପେଣ୍ଡିସାଇଟିସ୍‌ ଆରମ୍ଭ ହୋଇଗଲା।

ଜ୍ବର ହେବା
ପେଟରେ ସଂକ୍ରମଣ ହୋଇଥିବାରୁ ଜ୍ବର ଆରମ୍ଭ ହୁଏ। ଶରୀର ଦୁର୍ବଳ ଅନୁଭୂତ ହୁଏ।

ଜିଭରେ ଧଳା ପରସ୍ତ ଜମିବା
ଆପେଣ୍ଡିସାଇଟିସ୍‌ ଆରମ୍ଭ ହେଲେ ପେଟରେ ସଂକ୍ରମଣ ହୋଇଥାଏ। ଯାହାଫଳରେ ଜିଭରେ ଧଳା ଧଳା ଆବରଣ ଜମିବା ସହ ମୁହଁରୁ ଦୁର୍ଗନ୍ଧ ବାହାରିଥାଏ।

ଭୋକ ଲାଗି ନ ଥାଏ
ଆପେଣ୍ଡିସାଇଟିସ୍‌ ଆରମ୍ଭ ହେଲେ ଭୋକ ମରି ଯାଇଥାଏ। ଯାହା କିଛି ଖାଇଲେ ବାନ୍ତି ଲାଗିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More