Only for Entertainment

ନୂଆ ଜୋତା ପିନ୍ଧିଲାବେଳେ ପାଦରେ କ୍ଷତ ସୃଷ୍ଟି ହେଉଥିଲେ, ଜାଣିରଖନ୍ତୁ ଏହି ସମସ୍ୟାର କିଛି ଘରୋଇ ଉପଚାର !

69

ନୂଆ ଜୋତା ବା ସାଣ୍ଡାଲ୍ ପିନ୍ଧିବା ପରେ ବେଳେବେଳେ ଏମିତି ହୋଇଥାଏ କି ପାଦ କଟି ଯାଇଥାଏ । ଯୋତା ଦ୍ୱାରା ପାଦ କାଟିବା ଦ୍ୱାରା ଚର୍ମ ଛାଡିଯାଏ । ଅନେକ ଥର ପାଦରୁ ଚର୍ମ ଛାଡି ଚିହ୍ନ ହୋଇଯାଏ ଏବଂ ଏଥିରେ ପାଦ ଖରାପ ହୋଇଯାଏ । ଏହା ଆପଣଙ୍କୁ ଖୁବ୍ ଅସୁବିଧାରେ ପକାଇଥାଏ । ଏହି ଅସୁବିଧାକୁ ଦୂର କରିବା ପାଇଁ କିଛି ଘରୋଇ ଉପଚାର କରିପାରିବେ ।

କର୍ପୁର ଓ ନଡିଆ ତେଲ – ପାଦରେ ଚର୍ମ ଯଦି କୁଣ୍ଡାଇ ହେଉଛି କର୍ପୁର ଗୁଣ୍ଡରେ କିଛି ବୁନ୍ଦା ନଡିଆ ତେଲ ମିଶାନ୍ତୁ । ଏହାକୁ କିଛି କିଛି ସମୟ ଅନ୍ତରରେ କ୍ଷତ ସ୍ଥାନରେ ଲଗାଇବା ଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳେ ।

ଚାଉଳର ଉପଚାର – ଚାଉଳକୁ ଗୁଣ୍ଡ କରି ପେଷ୍ଟ ବନାନ୍ତୁ ଏବଂ ଏହାକୁ ପାଦର ବକଳ ଉପରେ ଲଗାନ୍ତୁ । ୧୫ ମିନିଟ୍ ଲଗାଇ ରଖିବା ପରେ ଯେତେବେଳେ ତାହା ଶୁୁଖି ଯିବ , ସେତେବେଳେ ପାଦକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ ।

ହଳଦୀ ଓ ନିମ୍ବ – ଯଦି ଯୋତା ଦ୍ୱାରା ପାଦରେ ଚର୍ମ ଛାଡୁଛି ଆଉ ଏହାର ଦାଗ ରହିଯାଉଛି ତ ଆପଣ ଚିନ୍ତା ନକରି ହଳଦୀ ଓ ନିମ୍ବର ପେଷ୍ଟ ଲଗାଇପାରିବେ । ଏହି ପେଷ୍ଟକୁ ୨୦ ମିନିଟ୍ ଯାଏ ଲଗାନ୍ତୁ । ଏହା ଚର୍ମକୁ ପୁରା ଶୁଖାଇ ଦେବ । ଆଉ ଆପଣଙ୍କୁ ଆରାମ ଦେବ ।

ପେଟ୍ରୋଲିୟମ ଜେଲି ଲଗାନ୍ତୁ – କୈାଣସି ନୂଆ ଯୋତା ପିନ୍ଧିବା ପୂର୍ବରୁ ଏହାର କଡରେ ପେଟ୍ରୋଲିୟମ ଜେଲି ଲଗାନ୍ତୁ । ଯାହାଦ୍ୱାରା ସେହି ସ୍ଥାନ କୋମଳ ହୋଇଥାଏ ଏବଂ ଆଉ ପାଦ କଟିିନଥାଏ ।

ଏଲୋବେରା – ଯଦି ଯୋତାରେ ପାଦ କଟିବା କାରଣରୁ ତ୍ୱଚାରେ ଜ୍ୱଳନ ଆରମ୍ଭ ହୋଇଯାଏ , ଏଥିରେ ଅଲବେରା ରସ ଲଗାଇଦିଅନ୍ତୁ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More