Only for Entertainment

ନଖକୁ ଆକର୍ଷଣୀୟ କରିବା ପାଇଁ ଚାହୁଛନ୍ତି କି ବିନା ଖର୍ଚ୍ଚରେ କରନ୍ତୁ ନେଲଆର୍ଟ !

lifeworldwomen
17

ମହିଳାମାନେ ଫ୍ୟାଶନ ପ୍ରତି ବେଶ ଆଗ୍ରହୀ । ଫ୍ୟାଶନ ସହିତ ଆଗକୁ ବଢିବାକୁ ସେମାନେ ଖୁବ ପସନ୍ଦ କରିଥାନ୍ତି । ନୂଆ ନୂଆ ଫ୍ୟାସନେବୁଲ ଟ୍ରେଣ୍ଡକୁ ମଧ୍ୟ ଆପଣାଇଥାନ୍ତି । ଆଜିକାଲି ଟେଲ ଆର୍ଟର ଟ୍ରେଣ୍ଡ ଚାଲିଛି । ନଖକୁ ଆକର୍ଷଣୀୟ କରିବା ପାଇଁ କେହି ପାର୍ଲର ଯାି ନେଲ ଆର୍ଟ କରିଥାନ୍ତି ତ କେହି ଦାମୀ ଉପକରଣ କିଣୀ ନେଲ ଆର୍ଟ କରିଥାନ୍ତି । ତେବେ ଯଦି ଆପଣ ନେଲଆର୍ଟ ଡଟିଂ କରିବାକୁ ଚାହୁଁଛନ୍ତି ତେବେ ଆପଣ ଘରେ ହିଁ ଏହାକୁ କରିପାରିବେ । ଘରେ ମିଳୁଥିବା କିଛି ସାଧାରଣ ଜିନିଷ ବ୍ୟବହାର କରି ଆପଣ ନେଲଆର୍ଟ ଡଟିଂ କରିପାରିବେ । ଆସନ୍ତୁ ଜାଣିବା ଏହି ଟୁଲ୍ସ ବିଷୟରେ ।

ହେୟାର ପିନ୍‌: ହେୟାର ପିନ୍‌ ଖୁବ୍‌ ସହଜରେ ଆପଣଙ୍କୁ ମିଳିଯିବ। ଏହା ସହାୟତାରେ ଆପଣ କମ୍‌ ସମୟରେ ନେଲଆର୍ଟ ଡଟିଂ କରିପାରିବେ। ହେୟାର ପିନ୍‌ ସାହାଯ୍ୟରେ ନଖ ଉପରେ ଡଟ୍‌ କରିବା ସହଜ ହୋଇଥାଏ।

ପେଣ୍ଟ ବ୍ରଶ୍‌: ଏହାର ବ୍ୟବହାର ଆପଣ ନେଲଆର୍ଟ ଡଟିଂରେ ମଧ୍ୟ କରିପାରିବେ। ପେଣ୍ଟ ବ୍ରଶ୍‌ ସାହାଯ୍ୟରେ ଖୁବ୍‌ ସହଜରେ ଛୋଟ ଓ ବଡ଼ ଡଟ୍‌ କରିପାରିବେ। ବ୍ରଶ୍‌କୁ ସଫା କରି ଅଲଗା ଅଲଗା ପେଣ୍ଟ ଡିଜାଇନ୍‌ କରିପାରିବେ।

ବଲ୍‌ପେନ୍‌: କୌଣସି ଦାମୀ ଟୁଲ୍‌ କିଣିବା ବଦଳରେ ଆପଣ ବଲ୍‌ପେନ୍‌ରେ ବି ନଖରେ ଡଟ୍ସ କରିପାରିବେ। ଏହା ମଧ୍ୟ ନେଲଆର୍ଟର ଏକ ସହଜ ଉପାୟ।

ଦିଆସିଲି କାଠି: ଦିଆସିଲି କାଠିରେ ନଖ ଉପରେ ଅଲଗା ଅଲଗା ଡିଜାଇନ୍‌ ଡଟ୍ସ କରିପାରିବେ। ଏଥିରେ ନେଲଆର୍ଟ ବି ସମସ୍ତଙ୍କ ନଜରରେ ପଡିବ।

ସେଫ୍ଟିପିନ୍‌: ସମସ୍ତଙ୍କ ଘରେ ଖୁବ୍‌ ସହଜରେ ସେଫ୍ଟିପିନ୍‌ ମିଳିଯିବ। ନେଲ ପେଣ୍ଟ୍‌ରେ ସେଫ୍ଟିପିନ୍‌କୁ ବୁଡାନ୍ତୁ ଆଉ ନଖ ଉପରେ ଶେପ୍‌ ଦିଅନ୍ତୁ। ଏହା ବହୁତ ଶସ୍ତା ଏବଂ ସହଜ ଉପାୟ, ଯାହା ଆପଣଙ୍କ ନଖକୁ ଖୁବ୍‌ ସୁନ୍ଦର କରିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More