Only for Entertainment

ବର୍ଷାଦିନେ ଖାଆନ୍ତୁ ଏହି ସମସ୍ତ ଫଳ, ରୋଗରୁ ମିଳିବ ମୁକ୍ତି ।

Mother Nature Network
0 63

ବର୍ଷା ଦିନ କାହାକୁ ଖୁବ ପସନ୍ଦ ତ କାହାକୁ ପସନ୍ଦ ନୁହେଁ । ବର୍ଷା ଆସିଲେ ଚାରିଆଡେ କେବଳ ସବୁଜ ସବୁଜ ଦିଶେ । କିନ୍ତୁ ବର୍ଷା ଦିନେ ଅନେକ ରୋଗ ଏବଂ ସଂକ୍ରମଣ ସାଧାରଣ କଥା ଅଟେ । ଏହି କାରଣରୁ ଖାଦ୍ୟପେୟ ଉପରେ ଯଥେଷ୍ଟ ଧ୍ୟାନ ଦେବା ନିହାତି ଜରୁରୀ ଅଟେ । ଏହି ଦିନେ ସନ୍ତୁଳିତ ଖାଦ୍ୟ ଖାଇବା ଏବଂ ଶରୀର ଉପରେ ନଜର ଦେଲେ ଏହି ସମସ୍ତରୁ ରକ୍ଷାରୁ ପାଇ ପାରିବେ ।

ଲିଚୁ:
ଖାଦ୍ୟ ସୁଆଦିଆ ହେବା ସହ ଶରୀର ପାଇଁ ଉତ୍ତମ ମଧ୍ୟ ଅଟେ । ଏଥିରେ କାର୍ବୋହାଇଡ୍ରେଟ, ଭିଟାମିନ ସି, ଭିଟାମିନ ଏ, ବି କମ୍ପଲେକ୍ସ, କ୍ୟାଲସିୟମ, ଆଇରନ ଏବଂ ମିନେରାଲ୍ସ ଆଦି ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ପ୍ରତିଦିନ ଲିଚୁ ଖାଇବା ଦ୍ୱାରା ଇମ୍ୟୁନିଟି, ଓଜନରେ ନିୟନ୍ତ୍ରଣ, ପାଣିର ମାତ୍ରା ବୃଦ୍ଧି, କର୍କଟରୁ ମୁକ୍ତି ଏବଂ ଗଳା ଦରଜରୁ ରୋକ ଏବଂ ପେଟ ସମ୍ବନ୍ଧିତ ସମସ୍ୟା ଆଦି ହୋଇନଥାଏ । ଏହା ଖାଇବା ଦ୍ୱାରା ବର୍ଷା ଦିନେ ହେଉଥିବା ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

ଆଳୁ ବୁଖାରା:
ଆଳୁ ବୁଖାରାରେ ଭିଟାମିନ ଏ, କ୍ୟାଲସିୟମ, ମ୍ୟାଗ୍ନେସିୟମ, ଫସଫରସ, କପର, ମାଙ୍ଗାନିଜ, ପୋଟାସିୟମ ଏବଂ ଫାଇବର ମାତ୍ରା ଭରି ରହିଥାଏ । ଏଥିରେ ଆଂଟି ଅକ୍ସିଡାଂଟ ମଧ୍ୟ ରହିଥାଏ । ଏହା ଶରୀରକୁ ସୁସ୍ଥ ରଖିବା ସଙ୍ଗେ ସଙ୍ଗେ ଚିନ୍ତା ଏବଂ କର୍କଟ ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଜାମୁକୋଳି:
ପ୍ରତିଦିନ ଜାମୁକୋଳି ଖାଇବା ଦ୍ୱାରା ପାଚନକ୍ରିୟା ମଜଭୂତ ହେବା ସହ ମଧୁମେହ ରୋଗରୁ ମୁକ୍ତି, ଝାଡାରୁ ମୁକ୍ତି, ଷ୍ଟୋନ, ଦାନ୍ତ ପାଇଁ ଉତ୍ତମ, ପାଟି ଦୁର୍ଗନ୍ଧ, କ୍ୟାନସରରୁ ମୁକ୍ତି ଆଦି ବିପଦରୁ ରକ୍ଷା ମିଳିଥାଏ । ଜାମୁକୋଳି ବର୍ଷା ଦିନର ସବୁଠାରୁ ଭଲ ଫଳ ଅଟେ ।

ଚେରୀ:
ଚେରୀ ମଧ୍ୟ ବର୍ଷା ଦିନ ଫଳ ଅଟେ । ଏଥିରୁ କାର୍ବୋହାଇଡ୍ରେଟ, ଭିଟାମିନ ଏ, ବି ଏବଂ ସି, କରୋଟିନ, କ୍ୟାଲସିୟମ, ଆଇରନ, ପୋଟାସିୟମ, ଫସଫରସ ଥାଏ ଯାହା ଏହି ଦିନେ ଶରୀର ସୁସ୍ଥ ରଖିବା ଲାଗି ସହାୟକ ହୋଇଥାଏ ।

ଡାଳିମ୍ବ:
ଡାଳିମ୍ବ ସେମିତିବି ସମସ୍ତ ଋତୁରେ ଖାଇଥାଉ । ମାତ୍ର ବର୍ଷା ଦିନରେ ଏହା ଖାଇବା ଦ୍ୱାରା ରୋଗର ଆଶଙ୍କା କମ ଥାଏ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଭିଟାମିନ ଏବଂ ଫାଇବର ଖୁବ ମାତ୍ରାରେ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More