ଖାଇବାପରେ ମିଠା ଖାଇବା କେତେ ଉପକାରୀ, କେତେ ଅପକାରୀ ଆସନ୍ତୁ ଜାଣିବା
ଖାଇବା ପରେ ସାଧାରଣତଃ ମିଠା ଖାଇବା ଜରୁରୀ ହୋଇଥାଏ । ମିଠା ଖାଇବା ସମସ୍ତଙ୍କ ସଉକ ଅଟେ । ଖାଇବା ପରେ ମିଠା ଖାଇବା ବହୁତ ଲୋକଙ୍କର ଅଭ୍ୟାସ ମଧ୍ୟ ରହିଥାଏ । କିନ୍ତୁ ଆମେ କେବେ ମଧ୍ୟ ଏହାର କାରଣ ଖୋଜିବାକୁ ଚେଷ୍ଟା କରିନାହୁଁ । ଆମେ ଏହାକୁ କେବଳ ଗୋଟିଏ ପରମ୍ପରା ଭାବି ମିଠା ଖାଇଥାଉ । କିନ୍ତୁ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି ।
ଆମେ ଯେତେବେଳେ କିଛି ଖାଇଥାଉ, ତାକୁ ହଜମ କରିବା ପାଇଁ କିଛି ଉପାୟ କରିବାକୁ ପଡିଥାଏ । କିନ୍ତୁ ଆମେ ଯେତେବେଳେ କିଛି ମସଲାଯୁକ୍ତ ଖାଦ୍ୟ ଖାଇଥାଉ ଏହା ଶରୀର ମଧ୍ୟରେ ଏସିଡ୍ ପରିମାଣକୁ ବୃଦ୍ଧି କରିଥାଏ,ଯାହାଦ୍ୱାରା ପାଚନ ପ୍ରକ୍ରିୟା ମଧ୍ୟ ବୃଦ୍ଧି ପାଇଥାଏ ।
କିନ୍ତୁ ମିଠାରେ କାର୍ବୋହାଇଡ୍ରେଟର ପରିମାଣ ଅଧିକ ଥିବାରୁ ଏହା ପାଚନ ପ୍ରକ୍ରିୟାକୁ ଧିମା କରିଦେଇଥାଏ । ଏହାପାଇଁ ଖାଦ୍ୟ ଖାଇସାରିଲା ପରେ ତୁରନ୍ତ ମିଠା ଖାଇଲେ ଏହା ପାଚନ ପ୍ରକ୍ରିୟା କୁ ଠିକ୍ ରଖିଥାଏ । ଏହାବ୍ୟତିତ ମିଠା ଖାଇବା ଦ୍ୱାରା ସେରାଟୋନିନ୍ ନାମକ ହରମୋନର ସ୍ତର ଶରୀର ମଧ୍ୟରେ ବଢିଯାଇଥାଏ । ମିଠା ଖାଇବା ନ୍ୟୁରୋ ଟ୍ରାନ୍ସମିଟରର କାମମଧ୍ୟ କରିଥାଏ, ଯାହାଦ୍ୱାରା ଆମେ ସବୁବେଳେ ମିଠା ଖାଇବା ପରେ ଖୁସି ଅନୁଭବ କରିଥାଉ ।
ଯେଉଁଲୋକ ମାନେ ଅଧିକ ପରିମାଣରେ ଖାଦ୍ୟ ଖାଇଥାନ୍ତି ସେମାନଙ୍କୁ ହାଇପୋଗଲାଇସିମିଆର ସ୍ଥିତି ସାମ୍ନା କରିବାକୁ ପଡିଥାଏ । ଏହାପାଇଁ ଉଚ୍ଚ ରକ୍ତଚାପର ସ୍ତର ମଧ୍ୟ ଶରୀର ମଧ୍ୟରେ କମିଯାଇଥାଏ, ଯାହାଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି ସମସ୍ୟାକୁ ଏଡେଇବା ପାଇଁ ଖାଇବା ପରେ ମିଠା ଖିଆଯାଇଥାଏ ।
ଖାଦ୍ୟ ଖାଇବା ପରେ ମିଠା ଖାଇବାର ଉପକାରିତା ସମ୍ପର୍କରେ ତ’ଆମେ ଜାଣିଲେ କିନ୍ତୁ ଚିନିରେ ତିଆରି ହୋଇଥିବା ଜିନିଷଠୁ ଆମେ ଦୂରେଇ ରହିବା ଉଚିତ୍ କାରଣ ଏହା ଦେହ ପାଇଁ କ୍ଷତିକାରକ ଅଟେ । ଶରୀରର ହିତ ପାଇଁ ଆମେ ଚିନି ଅପେକ୍ଷା ଗୁଡରେ ତିଆରି ହୋଇଥିବା ଜିନିଷ ବ୍ୟବହାର କଲେ ଏହା ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।