Only for Entertainment

‘ଚିନି’ ଆପଣଙ୍କ ସ୍ୱାସ୍ଥ୍ୟପ୍ରତି କେତେ କ୍ଷତିକାରକ ଜାଣନ୍ତୁ ?

METABOLANCE
0 35

‘ଚିନି’ ଏକ ଏଭଳି ପଦାର୍ଥ ଯାହା ପାଟିକୁ ଲାଗିଥାଏ ସ୍ୱାଦିଷ୍ଟ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଚିନିକୁ ମାତ୍ରାଧିକ ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ହୋଇଥାଏ । ଖାଲି ସେତିକି ନୁହେଁ ଚିନି ଏକ ପ୍ରକାର ଡ୍ରଗ୍ସ ବା ନିଶା ଭଳି କାମ କରିଥାଏ । ଯାହା ଶରୀରର ଅନେକ ପ୍ରକାରର କ୍ଷତି ଘଟାଇଥାଏ । ତେବେ ଆସନ୍ତୁ ଜାଣିବା ଏ ସଂପର୍କରେ ଅଧିକ ସୂଚନା ।

ଯଦି ଆପଣ ସାରା ଦିନ ଦୁର୍ବଳତା ଅନୁଭବ କରୁଛନ୍ତି ତେବେ ଏହା ଏହି କଥାର ସଙ୍କେତ ଦିଏ କି ଆପଣ ଅତିମାତ୍ରାରେ ଚିନି ଖାଉଛନ୍ତି । ମିଠା ଜିନିଷରୁ ମିଳୁଥିବା ଶକ୍ତି ବହୁତ କମ୍ ସମୟ ପାଇଁ ଶରୀରରେ କାମ କରିଥାଏ । ଆଉ ଆପଣଙ୍କ ଶରୀରରକୁ ବହୁତ ଦୁର୍ବଳ ମଧ୍ୟ କରିଦେଇଥାଏ ।

ଅଧିକ ଥର ବିଭିନ୍ନ ରୋଗ ବା ଜ୍ୱରରେ ଆକ୍ରାନ୍ତ ହେବା ଏଭଳି କଥାର ସଙ୍କେତ ଦେଇଥାଏ କି ଚିନି ଖାଇବାର ମାତ୍ରାକୁ ଟିକେ କମାଇବାକୁ ପଡିବ । ବାସ୍ତବ ରୂପେ କହିବାକୁ ଗଲେ ଏହା ଶରୀରର ନ୍ୟୁଟ୍ରିସନ ବା ପ୍ରତିରକ୍ଷା କ୍ଷମତାର ମାତ୍ରାକୁ ହ୍ରାସ କରିବା ସହ ଶରୀରରେ ବିଭିନ୍ନ ରୋଗକାରୀ ଶକ୍ତିକୁ ଆମନ୍ତ୍ରିତ କରିଥାଏ ।

ଯଦି ଆପଣ ଚିନି ଖାଆନ୍ତି ତେବେ ସୁଗାରର ସ୍ତର ଖୁବ୍ ଶୀଘ୍ର ବୃଦ୍ଧି ପାଇଥାଏ । ଯାହା ଦ୍ୱାରା ଖରାପ ବ୍ଲଡ ସୁଗାର କାରଣରୁ କାଗ୍ନିଶନ ହେବାର ବିପଦ ରହିଥାଏ । ଏହା ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ।

ଚିନି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ । ଏହା ସହ ଚର୍ମ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଆଲର୍ଜି, ଏକଜିମା, ଜଳାପୋଡା ଏବଂ ଶୁଷ୍କତା ଆଦି ସମସ୍ୟା ଦେଖା ଦେଇଥାଏ । ତେବେ ଏହି ପ୍ରରିପେକ୍ଷୀରେ ଚିନି ସେବନର ମାତ୍ରା କମ କରିବା ଉଚିତ୍ ।

ଚିନିରେ ସାଧାରଣତଃ ଫାଇବର ଏବଂ ପ୍ରୋଟିନ ନଥାଏ । କେବଳ କ୍ୟାଲୋରିଜ୍ ରହିଥାଏ । ଯାହା କାରଣରୁ ଏହା ଶରୀର ମଧ୍ୟରେ ଅଧିକ ମାତ୍ରାରେ ଇନସୁଲିନର ସନ୍ତୁଳନକୁ ପ୍ରଭାବିତ କରିଥାଏ । ତେବେ ଇନସୁଲିନ ଏକ ପ୍ରକାରର ହର୍ମୋନ ଅଟେ ଯାହା ଶରୀରର ଓଜନ ବଢାଇବାରେ ଦାୟୀ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More