Only for Entertainment

ଏହି ଲୋକଙ୍କ ପାଇଁ ତରଭୁଜ ଖାଇବା ହୋଇପାରେ ମାରାତ୍ମକ !

Medical News Today
0 38

ଖରାଦିନେ ତରଭୁଜ ଖାଇବା ପାଇଁ କିଏ ବା ପସନ୍ଦ ନ କରେ । ଏହା ଶରୀରର ଜଳର ଆବଶ୍ୟକତାକୁ ପୂରଣ କରିଥାଏ । ଏହା ସହିତ ତରଭୁଜ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଲିଥାଏ ବୋଲି ସମସ୍ତେ ଜାଣିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି କିଛି ଲୋକଙ୍କ ପାଇଁ ତରଭୁଜ ଖାଇବା ହାନିକାରକ ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ମାନଙ୍କ ପାଇଁ ତରଭୁଜ ମାରାତ୍ମକ ହୋଇଥାଏ ।

କିଡନୀ ରୋଗୀ
ଆଜିକାଲି କିଡନୀ ଜନିତ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହି ସମସ୍ୟା କରାଣରୁ ଅନେକ ଜିନିଷକୁ ଖାଇବା ପାଇଁ ବାରଣ କରାଯାଇଥାଏ । କିଡନୀ ସମସ୍ୟା ରହିଥିଲେ ତରଭୁଜ ଠାରୁ ଦୂରରେ ରୁହନ୍ତୁ କାରଣ ତରଭୁଜରେ ମିନେରାଲ୍ସ ଭରପୁର ମାତ୍ରାରେ ରହିଥାଏ । ଏହା କିଡନୀ ରୋଗୀଙ୍କ ପାଇଁ ମାରାତ୍ମକ ହୋଇପାରେ ।

ମଧୁମେହ ରୋଗୀ
ମଧୁମେଦ ରୋଗୀ ନିଜ ଖାଦ୍ୟ ପାନୀୟ ପ୍ରତି ବେଶ ଯତ୍ନବାନ ରହିବା ଆବଶ୍ୟକ । ତରଭୁଜରେ ପ୍ରଚୁର ପରିମାଣରେ ନ୍ୟାଚୁରାଲ ସୁଗାର ମିଳିଥାଏ । ଏପରି ସ୍ଥଳେ ଯଦି ମଧୁମେହ ରୋଗୀ ତରଭୁଜ ଖାଇଥାନ୍ତି ତେବେ ସୁଗାର ସ୍ତରରେ ବୃଦ୍ଧି ହୋଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

ଆସ୍ଥମା ରୋଗୀ
ଏହି ସମସ୍ୟା ଥିଲେ ତରଭୁଜ ଠାରୁ ଦୂରେଇ ରୁହନ୍ତୁ । କାରଣ ଆସ୍ଥମା ରୋଗୀଙ୍କ ଠାରେ ଆମିନୋ ଏସିଡ ମାତ୍ରା ଅଧିକ ଥାଏ । ଫଳରେ ତରଭୁଜ ଖାଇବା ଦ୍ୱାରା ଆସ୍ଥମା ଆଟାକ ହେବାର ଆଶଙ୍କା ବଢିଯାଇଥାଏ ।

ହୃଦରୋଗୀ
ତରଭୁଜରେ ପୋଟାସିୟମ ଭରପୁର ମାତ୍ରାରେ ମିଳିଥାଏ । ଏହା ହୃଦରେଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ହୃଦରୋଗର ଆଶଙ୍କା ବଢିଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More