Only for Entertainment

ଜୀବନ ଉପରେ ରଙ୍ଗର ପ୍ରଭାବ ।

youtube
40

ଆପଣ ଭିନ୍ନ ଭିନ୍ନ ରଙ୍ଗର ପୋଷାକ ପରିଧାନ କରିବାକୁ ଭଲ ପାଆନ୍ତି । କାରଣ ଗୋଟିଏ ରଙ୍ଗର ପୋଷାକ ପିନ୍ଧିଲେ ବିରକ୍ତିକର ଭାବ ଆସିଥାଏ । କେବଳ ସେତିକି ନୁହେଁ ରଙ୍ଗକୁ ନେଇ ବିଭିନ୍ନ ପ୍ରକାରର ଇଛା ରହିଥାଏ । ବିଭିନ୍ନ ପସନ୍ଦମଧ୍ୟ ରହିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଲାଲ ରଙ୍ଗକୁ ନେଇ ଏଭଳି କିଛି କଥା ରହିଛି ଯାହାକୁ ହୁଏତ ଆପଣ ଜାଣିନଥିବେ । ଆଜ୍ଞା ହଁ ବାସ୍ତୁ ଶାସ୍ତ୍ର ଅନୁସାରେ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଲାଲ ରଙ୍ଗ ପରିଧାନ କରିବା ଅନୁଚିତ ।

ପ୍ରତ୍ୟେକ ଗ୍ରହର  ନିର୍ଦ୍ଧିଷ୍ଟ ରଙ୍ଗଥାଏ। ଏଣୁ ଗ୍ରହ ଅନୁଯାୟୀ ରଙ୍ଗର ବସ୍ତ୍ର ବ୍ୟବହାର କରିବା ଆବଶ୍ୟକ ବୋଲି ଶାସ୍ତ୍ର କୁହେ।ଲାଲ୍‌ ରଙ୍ଗ ବ୍ୟକ୍ତିକୁ ସାହସ ଆତ୍ମବିଶ୍ୱାସ ଓ ଶକ୍ତି ପ୍ରଦାନ କରିଥାଏ। ଏହି ରଙ୍ଗର ସ୍ୱଭାବ ଓ ପ୍ରଭାବ ଯୋଗୁ ଏହା ମଙ୍ଗଳ ଗ୍ରହ ସହ ଜଡ଼ିତ। ନାଲି ରଙ୍ଗ ଧାରଣ କଲେ ଶକ୍ତି ମିଳେ, ଆଳସ୍ୟ ଦୂର ହୁଏ ଓ ଆତ୍ମ ବିଶ୍ୱାସ ବଢ଼େ।

କ୍ରୋଧୀ ସ୍ୱଭାବର ବ୍ୟକ୍ତି ନାଲି ରଙ୍ଗ ଧାରଣ କରିବା ଉଚିତ୍‌ ନୁହେଁ। ଯଦି ଆପଣଙ୍କର ଏସିଡିଟି, ପେଟ ସମସ୍ୟା ରହିଛି ବା ମନ ଜଲ୍‌ଦି ଅଶାନ୍ତ ହୋଇଯାଉଛି ତା ହେଲେ ମଧ୍ୟ ନାଲି ରଙ୍ଗ ଧାରଣ କରନ୍ତୁ ନାହିଁ। ଯାତକରେ ରାହୁ-ମଙ୍ଗଳ କିମ୍ବା ମଙ୍ଗଳ-ଶନିର ରହିଥିବାରୁ ଉପରୋକ୍ତ ସମସ୍ୟା ଦେଖା ଦେଉଥାଇପାରେ। ଯାହାର ଯାତକରେ ପଞ୍ଚମ, ସପ୍ତମ ଓ ଅଷ୍ଟମ ସ୍ଥାନରେ ମଙ୍ଗଳ ଥାଏ ସେମାନେ ମଧ୍ୟ ଏପରି ରଙ୍ଗ ଧାରଣ କରିବା ଉଚିତ୍‌ ନୁହେଁ। ଜାଣି ରଖନ୍ତୁ ଯେ, ମିଥୁନ ଓ କନ୍ୟା ଲଗ୍ନ ଲୋକଙ୍କ ପାଇଁ ନାଲି ରଙ୍ଗ ସର୍ବାଧିକ ପ୍ରତିକୂଳ ।

କର୍କଟ ଓ ସିଂହ ରାଶିର ଲୋକଙ୍କ ପାଇଁ କିନ୍ତୁ ନାଲି ରଙ୍ଗ ଶୁଭ ହୋଇଥାଏ।

ଆପଣ ଚାହିଁଲେ ଲାଲ୍‌ ରଙ୍ଗର ଲୁଗା, ଚାଦର, ପରଦା ଓ କାନ୍ଥରେ ବ୍ୟବହାର କରିପାରିବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More