Only for Entertainment

ମଧୁମେହ ରୋଗୀ କାହିଁକି ଅଣ୍ଡା ଖାଇବା ଉଚିତ ।

thesimplehomemaker.com
32

ଅଣ୍ଡା ଶରୀର ପାଇଁ ଖୂବ ଲାଭଦାୟକ ଏହା ସମସ୍ତେ ଜାଣନ୍ତି । କେବଳ ଛୋଟ ପିଲା ନୁହଁନ୍ତି ବରଂ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଅଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତିକି ଅଣ୍ଡା ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ । ଯାହାକୁ ଶରୀରରେ ସୁଗାରର ପରିମାଣକୁ ନିୟନ୍ତ୍ରଣ କରେ । ଆସନ୍ତୁ ଏହି ବିଷୟରେ ଆଲୋଚନା କରିବା ।

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଦିନକୁ ଗୋଟିଏ ଅଣ୍ଡା ଖାଇଲେ ମଧୁମେହ ହେବାର ଆଶଙ୍କା କମ୍‌ ହୋଇଥାଏ।

ଏ ନେଇ ଗବେଷକ ଭିନ୍ନ ଭିନ୍ନ ମତ ଦେଇଥାଆନ୍ତି। କିଏ ମଧୁମେହ ରୋଗୀଙ୍କ ପାଇଁ ଅଣ୍ଡା କ୍ଷତିକାରକ କହୁଥିବା ବେଳେ ଅନ୍ୟ କେହି ଏହାକୁ ଲାଭଦାୟକ ବୋଲି କହିଥାଆନ୍ତି।

ଏଭଳି ବିବାଦମୂଳକ ବିତର୍କକୁ ବାଦ୍‌ ଦେଇ ଗବେଷଣାରୁ ଜଣାପଡିଛିଯେ ଅଣ୍ଡା ମଧୁମେହ ଆଶଙ୍କାକୁ କମାଇଥାଏ।

ଗବେଷଣାରୁ ଆହୁରି ମଧ୍ୟ ଜଣାପଡିଛି ଯେ, ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଅଣ୍ଡା ଖାଇଥାଆନ୍ତି, ସେମାନଙ୍କ ରକ୍ତରେ (ଲିପିଡ୍‌) ଏକ ତେଲିଆ ପଦାର୍ଥ ମିଳିଥାଏ। ଆମେରିକା ଗବେଷକଙ୍କ ମତରେ ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

ତେଣୁ ଅଧିକ ନ ହେଲେ ମଧ୍ୟ ସପ୍ତାହରେ ତିନିଥର ଅଣ୍ଡା ଖାଇବା ଜରୁରୀ। ଯଦି ଆପଣ ମଧୁମେହରେ ଆକ୍ରାନ୍ତ, ତେବେ ଅଣ୍ଡା ସିଝେଇ ଖାଇବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More