Only for Entertainment

ସ୍ୱାଦିଷ୍ଟ ଖାଇବାକୁ ଇଛା କରୁଥିଲେ ପନିର ଷ୍ଟାଇଲରେ ପ୍ରସ୍ତୁତ କରନ୍ତୁ ଅଣ୍ଡା ମସାଲା ।

ndtv food
32

ଯଦି ଆପଣ ଅଣ୍ଡା ତରକାରୀ ଏବଂ ଅମଲେଟ ଖାଇ ବିରକ୍ତ ହୋଇ ଗଲେଣି ତେବେ ଏହି ରେସିପିକୁ ଆପଣ ନିହାତି ଘରେ ପ୍ରସ୍ତୁତ କରନ୍ତୁ । ଏହା ଏକ ଭିନ୍ନ ରେସିପି, ଯାହା ଖୁବ ସ୍ୱାଦିଷ୍ଟ ।

ପ୍ରଥମେ ଏକ ଷ୍ଟିଲ ଟିଫିନ ନେଇ ସେଥିରେ ୪ଟି ଅଣ୍ଡାକୁ ଭାଙ୍ଗି ପକାନ୍ତୁ ଏବଂ ଲୁଣ ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ଏହାକୁ ବନ୍ଦ କରି ଦିଅନ୍ତୁ । ଟିଫିନ ଏହିଭଳି ନିଅନ୍ତୁ ଯେପରି ସେଥିରେ ପାଣି ପ୍ରବେଶ ନକରିବ । ଏବେ ଏକ କଡ଼ାଇ ନିଅନ୍ତୁ ଏବଂ ସେଥିରେ ପାଣି ଢାଳନ୍ତୁ । ଗ୍ୟାସ ଅନ କରି ଆଂଚ ବଢାନ୍ତୁ । ପାଣି ଫୁଟିବା ପରେ ସେଥିରେ ଅଣ୍ଡା ରଖିଥିବା ଟିଫିନ ରଖନ୍ତୁ । ଏବେ ଟିଫିନକୁ ୨୦ ମିନିଟ ସେହିଭଳି ଛାଡ଼ି ଦିଅନ୍ତୁ । ସମୟ ହେବା ପରେ ଟିଫିନ ବାହାର କରି ଥଣ୍ଡା ହେବାକୁ ଦିଅନ୍ତୁ ।

ଥଣ୍ଡା ହେବା ପରେ ଅଣ୍ଡାକୁ ଏକ ପ୍ଲେଟରେ ବାହାର କରନ୍ତୁ । ଏବେ ଏହାକୁ ପନିର କାଟିବା ଭଳି କାଟି ଦିଅନ୍ତୁ । ଅନ୍ୟ ଏକ କଡ଼ାଇରେ ତେଲ ଗରମ କରି ସେଥିରେ ଜିରା ଏବଂ କଟା ପିଆଜ ପକାନ୍ତୁ । ସାମାନ୍ୟ ଭାଜି ହେବା ପରେ ଅଦା ରସୁଣ ପେଷ୍ଟ, ଲୁଣ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଏବଂ ଚିକେନ ମସଲା ପକାଇ ଫ୍ରାଇ କରନ୍ତୁ । ଏବେ ଟମାଟୋ ପକାଇ ଭଲ ଭାବରେ କଷନ୍ତୁ । ଏବେ ସାମାନ୍ୟ ପାଣି ଦେଇ ଗ୍ରେଭି ପାଇଁ ଫୁଟାନ୍ତୁ । ଏହାପରେ ରଖିଥିବା ଅଣ୍ଡା ପକାନ୍ତୁ । ଗେଭି ମୋଟା ହେବା ପରେ ବାହାର କରି ଧନିଆ ପତ୍ର ପକାଇ ବାହାର କରିଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More