Only for Entertainment

ପ୍ରେମରେ ଅହଂକାର ଆସିଲେ ବିଗିଡି ଯାଏ ସମ୍ପର୍କ !

huffington post
0 91

କୌଣସି ସମ୍ପର୍କରେ ଗର୍ବର ସ୍ଥାନ ନଥାଏ । ଯେତେବେଳେ ବ୍ୟକ୍ତିର ସମ୍ପର୍କ ଭାରି ପଡେ ସେହି ସମ୍ପର୍କରେ ବିଚ୍ଛେଦ ଆସିଯାଇଥାଏ । ଯେଉଁ ବ୍ୟକ୍ତି ଦରକାରଠାରୁ ଅଧିକ ଅହଂକାରୀ ହୋଇଥାଏ, ସେହି ବ୍ୟକ୍ତି ସହ ସମ୍ପର୍କରେ ରହିବା ଖୁବ କଠିନ ହୋଇପଡେ ।

ଏହିପରି ବ୍ୟକ୍ତି ନିଜ ସ୍ୱଭାବରୁ ହିଁ ଏହାର ପରିଚୟ ଦେଇଥାଏ ଯେ ସେହି ବ୍ୟକ୍ତି ପାଇଁ ସମ୍ପର୍କଠାରୁ ବଡ ଅଂହକାର ଅଟେ । ତେବେ ଆସନ୍ତୁ ଜାଣିବା ଏଭଳି ବ୍ୟକ୍ତି ପରିଚୟ ସମ୍ପର୍କରେ ..

ଏଭଳି ବ୍ୟକ୍ତି ଭୂଲ କରି କାହା ସମ୍ମୁଖରେ ଝୁକିବା ପାଇଁ ପ୍ରସ୍ତୁତ ନଥାଆନ୍ତି । ତାଙ୍କୁ ତାଙ୍କ ଭୂଲ ଜଣାଥିଲେ ମଧ୍ୟ ସେହି ଦୋଷକୁ ଲୁଚାଇ ଆପଣଙ୍କ ଠାରୁ କ୍ଷମାର ଆଶା କରିଥାଆନ୍ତି । ତେବେ ଏହି ସଂକେତ ଦର୍ଶାଇଥାଏ ଯେ ଆପଣଙ୍କ ପାର୍ଟନରର ଅହଂକାର ଆପଣଙ୍କ ସମ୍ପର୍କ ଏବଂ ପ୍ରେମ ଠାରୁ ବି ଅଧିକ ଅଟେ ।

ଅହଂକାରୀ ବ୍ୟକ୍ତିଙ୍କୁ ନିଜ ବ୍ୟତୀତ ଆଉ କେହି ଦେଖାଯାଆନ୍ତି ନାହିଁ । ସମ୍ପର୍କରେ କେବଳ ନିଜ ବିଷୟରେ ହିଁ ସେ କହିଥାଆନ୍ତି । ଏପରିକି ଆପଣ ଯେତେବେଳେ ଆପଣଙ୍କ ମନର କଥା ତାଙ୍କ ସହ ଶେୟାର କରିବାକୁ ଚାହାନ୍ତି ସେ ଆପଣଙ୍କ କଥା ଶୁଣିବା ପାଇଁ ମଧ୍ୟ ପ୍ରସ୍ତୁତ ନଥାଆନ୍ତି । ଏହି ସଙ୍କେତରୁ ଜଣା ପଡେ ଯେ ଆପଣଙ୍କ ଚିନ୍ତା ତାଙ୍କ ପାଇଁ କୌଣସି ମୂଲ୍ୟ ରଖେ ନାହିଁ ।

ଏଭଳି ବ୍ୟକ୍ତି ସମ୍ପକରେ ନିଜକୁ ଶ୍ରେଷ୍ଠ ହେବା ପାଇଁ ଚେଷ୍ଟା କରିଥାଆନ୍ତି । ଏହି କାରଣରୁ ଆପଣଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟରୁ କିଛି ନା କିଛି ଭୂଲ ବାହାର କରିଥାଆନ୍ତି ଏବଂ ଆପଣଙ୍କର ଆଲୋଚନା କରିଥାଆନ୍ତି । ତେଣୁ ଏଭଳି ବ୍ୟକ୍ତିଙ୍କ ଠାରୁ ଯେତେ ଦୂର ସମ୍ଭବ ଦୂରେଇ ଯାଆନ୍ତୁ । ନଚେତ୍ ଆଗକୁ ଯାଇ ଆପଣ ବହୁ ଅସୁବିଧାର ସମ୍ମୁଖୀନ ହେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More