Only for Entertainment

ଫିଲ୍ମ ଫେଷ୍ଟିଭାଲରେ ଏହି ଅଭିନେତ୍ରୀଙ୍କୁ ଡ୍ରେସ ପାଇଁ ମିଳିଲା ୫ବର୍ଷ ଜେଲ ଦଣ୍ଡ !

52

କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ ଯେ ଗୋଟୋ ଡ୍ରେସ ପାଇଁ ତାଙ୍କୁ ୫ବର୍ଷ ଜେଲ ଯିବାକୁ ପଡିପାରେ ବୋଲି । ଅସଲରେ ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ମାତ୍ର ଏହା ସତ ଅଟେ । ଘଟଣା ହେଉଛି ମିଶରର ଜଣେ ଅଭିନେତ୍ରୀ ରାନୀୟା ୟୁସୁଫଙ୍କ ସମ୍ପର୍କରେ । ରାନୀୟା କାହିରା ଫିଲ୍ମ ଫେଷ୍ଟିଭାଲରେ ଏକ କଳାରଂଗର ଏକ ଡେସ ପିନ୍ଧି ଯାଇଥିଲେ , ଯେଉଁଥିରେ ତାଙ୍କ ଗୋଡ ନଜର ଆସୁଥିଲା । ଠିକ ଏହି କାରଣରୁ ସେଠାରେ ଉପସ୍ଥିତ ଲୋକ ରାଗିଗଲେ ଏବଂ ଏହି କାରଣରୁ ସେଠାକାର ନିୟମ ଅନୁଯାୟୀ ତାଙ୍କୁ ୫ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବା ଲାଗି ଘୋଷଣା କରାଯାଇଥିଲା ।

 

ଏଠାରେ ଆମେ କହି ରଖୁଛୁ ଯେ ଆଫ୍ରିକା ଦେଶରେ ଏବେ ପର୍ଯ୍ୟନ୍ତ ମଧ୍ୟ ଅନ୍ୟ ଦେଶର ମହିଳାଙ୍କ ଭଳି ଖୋଲାଖୋଲି ଭାବେ ସ୍ୱାଧୀନତା ମିଳିନାହିଁ । ଏହିଭଳି ପୋଷାକ ପିନ୍ଧିବା ପାଇଁ ସେଠାରେ ଅନୁମତି ନାହିଁ । ଏହିକାରଣରୁ ଅଭିନେତ୍ରୀ ଜଣକୁ ଦଣ୍ଡ ମିଳିଛି ।
୩୦ବର୍ଷୀୟ ରାନୀୟାଙ୍କୁ ଲୋକମାନଙ୍କ ଭାବନାକୁ ଆଘାତ ଦେଇଥିବା କାରଣ ହେତୁ ୧୨ଜାନୁୟାରୀକୁ ଟ୍ରାୟଲ ପାଇଁ ଡକାଯାଇଛି । ଏଠାରେ ଆମେ କହି ରଖୁଛୁ ଯେ ଏହି କେସ ଖାସ ସମୂଦାୟ ଦ୍ୱାରା ଲାଗାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More