Only for Entertainment

ଦୁଇ ମାସ ହେବ ଆରମ୍ଭ ହୋଇଥିବା ଏହି ଶୋ’ରୁ ବାହାର ହେଲେ ଚାରି ଜଣ ଆକ୍ଟର ।

aajtak
24

ଷ୍ଟାରପ୍ଲସରେ ଦୁଇ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଶୋ ‘ଏକ ଭ୍ରମ ସର୍ବଗୁଣ ସମ୍ପନ୍ନ’ ଏବେ ଚର୍ଚ୍ଚାକୁ ଆସିଛ । ତେବେ ଚର୍ଚ୍ଚାର କାରଣ ଶୋ’ ସୁପରହିଟ ହେବା ନୁହେଁ ବରଂ ଶୋ ମଧ୍ୟରୁ ୪ ଜଣ ବଡ଼ ଚରିତ୍ରଙ୍କୁ ବାହାର କରିବା ।

ସ୍ପଟବଏର ରିପୋର୍ଟ ଅନୁସାରେ ଏହି ଶୋ’ର ଟିଆପି ପ୍ରଚୁର ମାତ୍ରାରେ କମ ହେବାରେ ଲାଗିଛି । ଶୋ ଦର୍ଶକଙ୍କୁ ପସନ୍ଦ ଆସୁନାହିଁ । ତେଣୁ ଶୋ’ରେ ନୂଆ ପରିବର୍ତ୍ତନ ଆଣିବାକୁ ନିର୍ମାତା ଚିନ୍ତା କରିଛନ୍ତି । ଏବେ ନୂଆ ପରିବର୍ତ୍ତନ ପାଇଁ ଶୋ’ରୁ ୪ ଜଣ କଳାକାରଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି ନିର୍ମାତା । ଏମାନଙ୍କ ମଧ୍ୟରେ ସିନିଅର ଆକ୍ଟର ଅୟୁବ ଖାନ, ଟିନା ଫିଲିପ, ପୂର୍ବା ପରାଗ ଏବଂ କବିତା ମିତ୍ତଲଙ୍କ ନାମ ସାମିଲ ରହିଛି ।

ଶୋ’ରେ ମୁଖ୍ୟ ଚରିତ୍ରରେ ଅଛନ୍ତି ପରୀଖ ଏବଂ ଜୈନ, ସେମାନଙ୍କ ଲୁକରେ ମଧ୍ୟ ପରିବର୍ତ୍ତନ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More