Only for Entertainment

ରିଲିଜ ହେଲା ‘ହାଉସଫୁଲ ୪’ର ପ୍ରଥମ ଗୀତ ‘ଇକ୍ ଚୁମ୍ମା’, ଦେଖନ୍ତୁ ଭିଡିଓ

Latestly
36

ଅପକମିଂ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ ‘ହାଉସ୍ଫୁଲ୍ – ଫୋର୍’ର ପ୍ରଥମ ଗୀତ ‘ଇକ୍ ଚୁମ୍ମା’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାରମାନଙ୍କୁ ଦେଖିବାକୁ ମିଳିଛି । ଅକ୍ଷୟ କୁମାର୍- ପୂଜା ହେଗଡେ, ବବି ଦେଓଲ୍ – କ୍ରିତି ସାନୋନ୍ ଏବଂ ରିତେଶ ଦେଶମୁଖ-କିର୍ତି ଖରବନ୍ଧାଙ୍କୁ ଦେଖିବାକୁ ମିଳିଛି ଏହି ଗୀତରେ ।

ନାୟିକା ମାନଙ୍କୁ ପଟାଇବା ପାଇଁ କିଭଳି ନାୟକ ମାନେ କରୁଛନ୍ତି ପ୍ରୟାସ ତାହା ଦେଖିବାକୁ ମିଳିଛି ଏହି ଗୀତରେ । ରିଲିଜ୍ ହୋଇଥିବା ଏହି ଗୀତରେ ସ୍ଥାନ ପାଇଛି ସାହୈଲ୍ ସେନ୍, ଅଲତମାଶ୍ ଫରିଦି ଏବଂ ଜ୍ୟୋତିକା ତାଙ୍ଗ୍ରିଙ୍କ ଭଏସ୍ । ଏଥିରେ ସଙ୍ଗୀତର ଭାର ତୁଲାଇଛନ୍ତି ସୋହେଲ୍ ସୈନ୍ । ଆଉ ଏହି ଡ୍ୟାନ୍ସ ଗୀତର ଲିରିକ୍ସ ଦେଇଛନ୍ତି ସମୀର୍ ଅଂଜାନ୍ । ସାଜିଦ୍ ନାଡିଆଡୱାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଫରହାଦ୍ ସମଜି । ୨୬ ଅକ୍ଟୋବରରେ ପରଦାକୁ ଆସିବ ହାଉସଫୁଲ୍ – ଫୋର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More