Only for Entertainment

ଫିଲ୍ମ ଏକ ଲଡକି କୋ ଦେଖା ତୋ ଏସା ଲଗା ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ , କାହାଣୀର ହେଲା ଖୁଲାସା !

36

ସୋନମ କପୁର, ଅନୀଲ କପୁର, ରାଜକୁମାର ରାଓ ଏବଂ ଜୁହି ଚାୱଲା ଷ୍ଟାରର ଫିଲ୍ମ ଏକ ଲଡକି କୋ ଦେଖା ଏସା ଲଗା’ ପ୍ରଥମ ଟ୍ରେଲର ରିଲିଜ ହେବା ପରେ କାହାଣୀରେ ସସପେନ୍ସ ଦେଖିବାକୁ ମିଳିଥିଲା । କିନ୍ତୁ ସୋମବାର ସନ୍ଧ୍ୟାରେ ଏହି ଫିଲ୍ମର ଆଉ ଏକ ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲର ରିଲିଜ ହେବା ପରେ ଫିଲ୍ମର କାହାଣୀ ଉପରୁ ପରଦା ଉଠିଛି । ୧ମିନିଟ ୪୨ସେକେଣ୍ଡର ଏହି ଟ୍ରେଲରରେ ହିରୋ ହିରୋଇନଙ୍କ ଲଭ ଷ୍ଟୋରୀର ସସପେନ୍ସର ଖୁଲାସା ହୋଇଛି । ଏହି ଟ୍ରେଲର ରିଲିଜ କରିବା ସମୟରେ ସୋନମ ଏକ କାଚ ବକ୍ସରେ ନିଜକୁ ବନ୍ଦ କରି ଫଟୋ ଶେୟାର କରିଛନ୍ତି ।

ଫିଲ୍ମର ଦ୍ୱିତୀୟ ଟ୍ରେଲରରେ ଦେଖିବାକୁ ମିଳିଛି ଏକ ହିନ୍ଦୁ ଝିଅ ଏବଂ ଏକ ମୁସଲିମ ପୁଅର ପ୍ରେମ କାହାଣୀ । ତେବେ ଏହି ଫିଲ୍ମରେ ଦୁଇ ଝିଅଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ । ଏବେ ଦେଖିବା ବାକି ରହିଲା ପରିବାର ଲୋକେ ଏଭଳି ପ୍ରସ୍ତାବକୁ କିପରି ଆପଣାଉଛନ୍ତି ।

ଅସଲରେ ଫିଲ୍ମ ରିଲିଜ ୩ଦିନ ପୂର୍ବରୁ କାହାଣୀ ସାମ୍ନାକୁ ଆସିଛି ଯେ ଏହା ସମଲିଙ୍ଗୀ ସମ୍ପର୍କ ଉପରେ ଆଧାରିତ । ଫିଲ୍ମ ଏକ ବିଷୟ ଉପରେ ଆଧାରିତ ମାତ୍ର ଦର୍ଶକ ଏହାକୁ କେତେ ମାତ୍ରାରେ ପସନ୍ଦ କରିବେ ତାହା ରିଲିଜ ହେଲେ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More