Only for Entertainment

କାଷ୍ଟିଙ୍ଗ କାଉଚକୁ ନେଇ ଏକତା କପୁରଙ୍କ ବଡ ବୟାନ ! କାମ ପାଇବା ପାଇଁ ଅଭିନେତ୍ରୀମାନେ ମଧ୍ୟ ପ୍ରଯୋଜକଙ୍କ ସହିତ ରଖିଥାନ୍ତି ସମ୍ବନ୍ଧ

Verve Magazine
0 45

ଇଣ୍ଡିଆନ ଟେଲିଭିଜନ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ନାମ ଏକତା କପୁର କାଷ୍ଟିଙ୍ଗ କାଉଚ ଉପରେ ଏକ ବଡ ବୟାନ ଦେଇଛନ୍ତି । ଏକତା କହିଛନ୍ତି ଯେ ଇଣ୍ଡଷ୍ଟ୍ରୀରେ ଅନେକ ପ୍ରଯୋଜକ ଅଛନ୍ତି ଯେଉଁମାନେ କାମ ଦେବା ନାଁରେ ଯୌନ ଶୋଷଣ କରିଥାନ୍ତି । କିନ୍ତୁ ଇଣ୍ଡଷ୍ଟ୍ରୀରେ ଏପରି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କାମ ପାଇବା ପାଇଁ ପ୍ରଯୋଜକଙ୍କ ସହିତ ଯୌନ ସମ୍ପର୍କ ରଖିଥାନ୍ତି । ଏକତା କପୁରଙ୍କର ଏହି ବୟାନ ହାର୍ବେ ବେଇଂଷ୍ଟିନଙ୍କ ଯୌନ ଶୋଷଣ ମାମଲା ଉପରେ ପଚରା ଯାଇଥିବା ପ୍ରଶ୍ନ ପରେ କହିିଥିଲେ । ବାଇଂଷ୍ଟିନଙ୍କ ବିରୋଧରେ ଅନେକ ମହିଳାଙ୍କ ଉପରେ ଯୌନ ଶେଷଣର ଆରୋପ ରହିଛି । ଏହାକୁ ନେଇ ପୂର୍ବ ବର୍ଷ ମିଠୁ କ୍ୟମ୍ପେନିଙ୍ଗ କରାଯାଇଥିଲା ।

ନିକଟରେ ଏକ ଇଭେଣ୍ଟରେ ପହଁଚିଥିବା ଏକତା କପୁର କହିଚନ୍ତି, ‘ଇଣ୍ଡଷ୍ଟ୍ରୀରେ ଅନେକ ପ୍ରଯୋଜକ ଯେଉଁମାନେ ନିଜ ପୋଜିସନର ଭୁଲ ଉପଯୋଗ କରି ଅଭିନେତ୍ରୀମାନଙ୍କୁ ଯୌନ ଶେଷଣ କରିଥାନ୍ତି । କିନ୍ତୁ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କାମ ପାଇବା ପାଇଁ ଯୌନ ସମ୍ବନ୍ଧ ରଖିଥାନ୍ତି । କହାଣୀର ଦୁଇଟି ପାଶ୍ୱର୍ କହିଛି କିନ୍ତୁ ଲୋକ ସର୍ବଦା ଦ୍ୱିତୀୟ ପାଶ୍ୱର୍ କଥା ଉଠାଇନଥାନ୍ତି । ’

Ekta-Kapoor

ଏକତା କପୁର ଏହା ମଧ୍ୟ କହିଛନ୍ତି, ‘ଇଣ୍ଡଷ୍ଟ୍ରୀରେ ଦୁଇ ପ୍ରକାର ଲୋକ ଅଛନ୍ତି । ସବୁବେଳେ କୁହାଯାଏ କ୍ଷମତା ସମ୍ପର୍ଣ୍ଣ ବ୍ୟକ୍ତି ଛୋଟ ଏବଂ ନୂଆ କଳାକାରଙ୍କର ଫାଇଦା ଇଠାଇଥାନ୍ତି । କିନ୍ତୁ ଏହା ସତ୍ୟ ନୁହେଁ । ଅନେକ ଥର ଲୋକ କାମ ପାଇଁ ନିଜ ସେକ୍ସୁଆଲିଟିକୁ ବ୍ୟବହାର କରିଥାନ୍ତି । କିନ୍ତୁ ଏକ ନିର୍ମାତା ନିଜ ବ୍ୟକ୍ତିଗତ ଏବଂ ପେଷାଗାର ଜୀବନକୁ ସର୍ବଦା ଅଲଗା ରଖିଥାଏ । ’

କହିରଖୁଛୁ ଯେ, କିଛି ଦିନ ପୂର୍ବେ ହମାଚଳ ପ୍ରଦେଶର ଶିମଲା ପୁଲିସ ଏକତା କପୁରଙ୍କ ପିତା ଏବଂ ଜଣାଶୁଣା ଅଭିନେତା ଜିତେନ୍ଦ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଦାଖଲ କରିଥିଲେ । ପୀଡିତା ମହିଳା ଆରୋପ ଲଗାଇଥିଲେ ଯେ ୧୯୭୧ ମସିହାରେ ଏକ ହୋଟେଲ ରୁମରେ ଜିତେନ୍ଦ୍ର ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ । କିନ୍ତୁ ଜିତେନ୍ଦ୍ରଙ୍କ ତରଫରୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More