Only for Entertainment

ଦୀପାବଳି ନାଇଟରେ ଏକାଠି ଝୁମିଲେ ଏକତା କପୁର ଓ ରାଜକୁମାର ରାଓ, ଭିଡିଓ ଭାଇରାଲ !

34

ଦୀପାବଳି ନାଇଟରେ ଏକାଠି ଝୁମିଲେ ଏକତା କପୁର ଓ ରାଜକୁମାର ରାଓ । ଏକତା କପୁର ନିଜ ବାସଭବନରେ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ । ଯେଉଁଠି ବଲିଉଡ ସେଲିବ୍ରେଟିଙ୍କ ଭିଡ ଜମିଥିଲା । ଏହାର ମଧ୍ୟରେ ରାଜକୁମାର ଓ ଏକତାଙ୍କ ଡ୍ୟାନ୍ସ ଭିଡିଓକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ୯୦ ଦଶକର ହିଟ ଗୀତ ଆଖିୟୋଁ ସେ ଗୋଲି ମାରେ ଗୀତରେ ଏମାନଙ୍କ ଡ୍ୟାନ୍ସକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ । ଏକତା ନିଜ ଇନଷ୍ଟାଗ୍ରାମ ପେଜରେ ଏହି ଭିଡିଓକୁ ପୋଷ୍ଟ କରିଥିଲେ । ଯାହାକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି ।

ରାଜକୁମାର ରାଓ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ନିକଟରେ ଫିଲ୍ମ ‘ମେଡ ଇନ ଚାଇନା’ ରିଲିଜ ହୋଇଥିଲା । ଯାହା ବକ୍ସଅଫିସରେ ଏତେ ମାତ୍ରାରେ ସଫଳତା ହାସଲ କରିପାରିଲା ନାହିଁ । ତେବେ ଆଗକୁ ସେ ଜାହ୍ନବୀଙ୍କ ସହ ହରର କମେଡି ଫିଲ୍ମ ‘ରୁହି ଅଫ୍ଜା’ରେ ନଜର ଆସିବେ । ଯାହା ୨୦୨୦ରେ ପରଦାରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More