Only for Entertainment

୪୪ ବର୍ଷ ବୟସରେ କୁଆଁରୀ ଅଛନ୍ତି ଜିତେନ୍ଦ୍ରଙ୍କ ଝିଅ ଏକତା କପୁର, ସେରୋଗେସୀ ଜରିଆରେ ହୋଇଛନ୍ତି ମା’

Hindustan Times
30

ଟିଭି କ୍ୱିନ ତଥା ବଲିଉଡ ପ୍ରଡ୍ୟୁସର ଏକତା କପୁର ଆଜି ନିଜର ୪୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଏକତା କପୁରଙ୍କ ଜନ୍ମ ୭ ଜୁନ ୧୯୭୫ରେ ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ଘରେ ହୋଇଥିଲା । କସୌଟି ଜିନ୍ଦଗୀ କି, କାହାନୀ ଘର ଘର କି ଏବଂ ନାଗୀନ ପରି ରିଲିଏଲ ଏକତାଙ୍କୁ ଘରେ ଘରେ ପରିଚିତ କରାଇପାରିଛି ।

ଏକତା ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି ବ୍ୟକ୍ତି ମଧ୍ୟରୁ ଏକ ଯେ ୪୦ ବର୍ଷ ପାର କରି ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି । ଏକ ଇଣ୍ଟରଭ୍ୟୁରେ କହିଥିଲେ ସେ ଆଜି ପର୍ଯ୍ୟନ୍ତ କାହିଁକି ଏକା ଅଛନ୍ତି । ଏକତା କପୁର ବିବାହ ମାମଲାରେ ସଲମାନ ଖାନଙ୍କ ପଥରେ ଚାଲୁଛନ୍ତି । ଇଣ୍ଟରଭ୍ୟୁରେ ଯେବେ ଏକତାଙ୍କୁ ପଚରାଗଲା ସେ ବିବାହ କ’ଣ ପାଇଁ କହିନାହାଁନ୍ତି ? ଏହାର ଉତ୍ତରରେ ଏକତା କହିଥିଲେ ସଲମାନ ଖାନଙ୍କ ବିବାହର ୨ କିମ୍ବା ୩ ବର୍ଷ ପରେ ମୁଁ ବିବାହ କରିବି ।

ektakapoor

ସେହିପରି ଅନ୍ୟ ଏକ ଇଣ୍ଟରଭ୍ୟୁରେ ଏକତା କପୁର କହିଥିଲେ, ପିତା ଜିତେନ୍ଦ୍ରଙ୍କ ଏକ ସର୍ତ୍ତ କାରଣରୁ ସେ ବିବାହ କରିନାହାଁନ୍ତି । ଏକତାଙ୍କ କହିବା ଅନୁସାରେ ଜିତେନ୍ଦ୍ର ତାଙ୍କୁ କହିଥିଲେ ଦୁଇଟି ମଧ୍ୟରୁ ଗୋଟିଏ ଚୟନ କରିବା ପାଇଁ କାମ କରିବ ନା ବିବାହ କରିବ । ଏକତା କାମକୁ ଚୟନ କରିଥିଲେ । ଏକତା କହିଥିଲେ ସେ ବିବାହ କରିବାକୁ ଚାହୁଁ ନଥିଲେ ସେଥିପାଇଁ ସେ କାମକୁ ଚୟନ କରିଥିଲେ ।

ekta-kapoor

ଏକତା କପୁର ଚଳିତ ବର୍ଷ ସେରୋଗେସୀ ଜରିଆରେ ମା’ ହୋଇଛନ୍ତି । ଏକତା ନିଜ ପୁଅର ନାମ ରବି ନରଖିଛନ୍ତି । ଜିତେନ୍ଦ୍ରଙ୍କ ଅସଲି ନାମ ରବି ହୋଇଥିବାରୁ ସେ ପିତାଙ୍କ ନାମରେ ପୁଅର ନାମ ରବି ରଖିଛନ୍ତି । ଏକତା ପୁଅ ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । କିନ୍ତୁ କୌଣସି ଫଟୋରେ ରବିଙ୍କ ମୁହଁ ଦେଖିବାକୁ ମିଳିନାହିଁ ।

ekta

କ୍ୟାରିଅର ବିଷୟରେ କହିବାକୁ ଗଲେ ଏକତା ୨୩ ବର୍ଷ ପୂର୍ବେ ‘ସାନୋ ୟା ନା ମାନୋ’ ଜରିଆରେ ଟଲିଭିଜରେ ପାଦ ଦେଇଥିଲେ । ଏହା ପରେ ସେ ଆଉ ପଛକୁ ଫେରି ନାହାଁନ୍ତି । ଏକତାଙ୍କ ଜନ୍ମ ଦିନରେ ତାଙ୍କୁ ଅନେକ ଶୁଭେଚ୍ଛା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More