Only for Entertainment

ଏକତା କପୂର ଦେଲେ ସ୍ମୃତି ଇରାନୀଙ୍କୁ ଚାକିରୀ ଅଫର, ଜାଣନ୍ତୁ ପୂରା କାହାଣୀ !

52

ଅଭିନେତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ପୋଷ୍ଟ ମଜାଦାର ଅଟେ । ପୋଷ୍ଟ ଦେଖି ଆପଣ ମଧ୍ୟ ଝୁମି ଉଠିବେ ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମାଇକ୍ରୋସଫ୍ଟର ସହ-ସଂସ୍ଥାପକ ବିଲଗେଟ୍ସଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଏହାର କ୍ୟାପଶନ ଖୁବ ମଜାଦାର ରହିଥିଲା । ସ୍ମୃତି କ୍ୟାପଶନରେ ଲେଖିଛନ୍ତି ଯେ ‘ସୋଚ ରହେ ହେଁ ପଢାଇ ପୂରି କରି ନେହିଁ, ଆଗେ କ୍ୟା କରେଁ’ ।

ସ୍ମୃତି ଇରାନୀଙ୍କ ଏହି ପୋଷ୍ଟରେ ଫ୍ୟାନ୍ସ ଏବଂ ସେଲିବ୍ରେଟ କମେଂଟ କରିବା ଆରମ୍ଭ କରିଦେଇଥିଲେ । ଏହି ପୋଷ୍ଟରେ ସ୍ମୃତି ବନ୍ଧୁ ଏବଂ ପରିଚିତ ନିର୍ମାତା-ନିର୍ଦ୍ଦେଶକ ଏକତା କପୂର ମଧ୍ୟ ପଛରେ ନାହାନ୍ତି । ସେ ମଧ୍ୟ ମଜାଦାର କମେଂଟ ଦେଇଛନ୍ତି । ଏକତା କପୂର ଲେଖିଛନ୍ତି ଯେ ‘ବସ୍ ! ତୁଲସୀ ଅଭି ଭି ୟହାଁ ହେ..ପ୍ଲିଜ ବାପସୀ କରେଁ ।

 

View this post on Instagram

 

सोच रहे हैं पढ़ाई पूरी करी नहीं , आगे क्या करें 🧐

A post shared by Smriti Irani (@smritiiraniofficial) on

ଏଠାରେ ଆମେ କହି ରଖୁଛୁ ଯେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ବିଲ ଗେଟ୍ସ ଏବଂ ସ୍ମୃତି ଇରାନୀ ଦୁହେଁ ଡ୍ରପଆଉଟ ଅଟନ୍ତି । ମାଇକ୍ରୋସଫ୍ଟର ଫାଉଣ୍ଡର ହାର୍ବର୍ଡରୁ ଡ୍ରପଆଉଟ କରିଥିଲେ ଏବଂ କେନ୍ଦ୍ରୀୟ ମହିଳା ଏବଂ ଶିଶୁ ବିକାଶ ଆୟୋଗ ମନ୍ତ୍ରୀ ସ୍ମୃତି ଇରାନୀ ଏକ ଡିଗ୍ରୀ କୋର୍ସ ରୁ ଡ୍ରପଆଉଟ କରିଛନ୍ତି ।

ସ୍ମୃତି ଏବଂ ଏକତାଙ୍କ ବନ୍ଧୁତା ଖୁବ ପୂରୁଣା । ଏକତା କପୂରଙ୍କ ଶୋ’ ‘କ୍ୟୁଁ କି ଶାଶ୍ ଭି କଭି ବହୂ ଥି’ରେ ସ୍ମୃତି ଇରାନୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଶୋ ଏକ ଦଶକରୁ ଅଧିକ ସମୟ ଚାଲିଥିଲା । ଏହି ଶୋ’ରେ ସ୍ମୃତି ଇରାନୀ ନିଜର ପରିଚୟ ବନାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More