Only for Entertainment

ସାମ୍ନାକୁ ଆସିଲା ଏକତାଙ୍କ ପୁଅର ପ୍ରଥମ ଫଟୋ, ଦେଖିବାକୁ ମିଳିଲା ବଡ ଭାଇର ଭଲପାଇବା

CineBlitz
31

ଫେମସ ପ୍ରଡ୍ୟୁସର ଏକତା କପୁର ଏପର୍ଯ୍ୟନ୍ତ ବିବାହ କରିନଥିଲେ ମଧ୍ୟ ସେରୋଗେସୀ ତାଙ୍କ ମା’ ବନିବାର ସ୍ୱପ୍ନକୁ ସାକାର କରିଛି । ଏକତା ସେରୋଗେସୀ ଜରିଆରେ ଏକ ପୁତ୍ର ସନ୍ତାର ମା’ ହୋଇପାରିଛନ୍ତି । ଏକତାଙ୍କ ପ୍ରଥମ ସନ୍ତାନର ଜନ୍ମ ୨୭ ଜାନୁଆରୀରେ ହୋଇଥିଲା । ଏହାପର ଠାରୁ ଏକତାଙ୍କ ଫ୍ୟାନ୍ସ ତାଙ୍କ ପୁଇ ରବିର ଚେହେରା ଦେଖିବା ପାଇଁ ଉତ୍ସାହିତ ଅଛନ୍ତି । ନିକଟରେ ଏକତା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ପୁଅ ରବିର ଏକ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ତୁଷାର କପୁରଙ୍କ ପୁଅ ଲକ୍ଷ୍ୟ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ଏହି ଫଟୋରେ ଏକତାଙ୍କ ପୁଅର ମୁହଁ ଦେଖିବାକୁ ମିଳିନାହିଁ । ଫଟୋରେ ଲକ୍ଷ୍ୟ ଝୁଲାରେ ଶୋଇଥିବା ଏକତାଙ୍କ ପୁଅକୁ ଦେଖିୁଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ଏକତା କ୍ୟାପସନରେ ଲେଖିଥିଲେ, ‘ବଡ ଭାଇ ଦେଖୁଛନ୍ତି ।’

 

 

View this post on Instagram

 

Big brother is watching!!!

A post shared by Ek❤️ (@ektaravikapoor) on

ଏହା ପୂର୍ବରୁ ଏକତାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।ଏହି ଫଟୋରେ ଏକତା ପୁଅ ରବିର ହାତ ଧରିଥିବା ନଜର ଆସିଥିଲେ । ଆପଣଙ୍କୁ କହିରଖୁଛୁ ଯେ, ଏକତା ପିତା ଜିତେନ୍ଦ୍ରଙ୍କ ନାମରେ ପୁଅର ନାମ ରବି ରଖିଛନ୍ତି କାରଣ ଜିତେନ୍ଦ୍ରଙ୍କ ଅସଲୀ ନାମ ରବି କୁମାର । ଜିତେନ୍ଦ୍ର ଇଣ୍ଡଷ୍ଟ୍ରୀକୁ ଆସିବା ପରେ ନିଜର ନାମ ବଦଳାଇଥିଲେ ।

ekta

ଆଷ୍ଟ୍ରୋଲୋଜିରେ ଏକତା ଖୁବ ବିଶ୍ୱାସ ରଖିଥାନ୍ତି । ପ୍ରସିଦ୍ଦ ଆଷ୍ଟ୍ରୋଲୋଜର ସଂଜୟ ବି ଜୁମାନୀ କହିଛନ୍ତି ଯେ, ଏକତାଙ୍କ ପୁଅର ନାମର ସ୍ପେଲିଂରେ ଇଂଗ୍ରାଜୀ E ରହିବା ତାଙ୍କୁ ଭଲ ଫଳ ପ୍ରଦାନ କରିବ । ସେଥିପାଇଁ ଏକତା ତାଙ୍କ ପୁଅ ରବିଙ୍କ ନାମର ସ୍ପେଲିଂ Ravie ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More