Only for Entertainment

ଆୟୁଷ୍ମାନ ଖୁରାନାଙ୍କ ଜନ୍ମଦିନରେ ପୂଜା ସହିତ ମଜାଦାର ଭିଡିଓ ସେୟାର କଲେ ଏକତା କପୁର, ଦେଖନ୍ତୁ

latestly
41

ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ ଗର୍ଲ’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି । ସେଥିପାଇଁ ମେକର ଏକତା କପୁରଙ୍କ ଖୁସି କହିଲେ ନସରେ । ଆୟୁଷ୍ମାନ ଖୁରାନାଙ୍କ ଜନ୍ମଦିନରେ ଏକତା କପୁର ପୂଜା ସହିତ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି ।

ଫିଲ୍ମରେ ଓପନିଂକୁ ନେଇ ଆଶ୍ଚର୍ଯ୍ୟ ଥିବା ଏକତା ସୋସିଆଲ ମିଡିଆରେ ଏକ ଭିଡିଓ ସୋୟର କରିଛନ୍ତି । ଭିଡିଓରେ ସେ ଫିଲ୍ମ ଡ୍ରିମ ଗର୍ଲର ଡବଲ ଡିଜିଟ ଓପନିଂ ପାଇଁ ପୂଜା ଅର୍ଥାତ ଆୟୁଷ୍ମାନ ଖୁରାନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

କହିରଖୁଛୁ ଯେ, ଫିଲ୍ମ ‘ଡ୍ରିମ ଗର୍ଲ’ର ନିର୍ଦ୍ଦେଶନା ରାଜ ସାଣ୍ଡିଲ୍ୟ ଦେଇଥିବା ବେଳେ ଶୋଭା କପୁର, ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସ ଦ୍ୱାରା ନିର୍ମିତ । ଫିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତିତ ନୁଶରତ ଭରୁଚା, ଅନ୍ନୁ କପୁରଙ୍କ ପରି କଳାକାର ନଜର ଆସିଛନ୍ତି । ଫିଲ୍ମ ଆଗକୁ କେତେ ଆୟ କରୁଛି ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More