Only for Entertainment

ରାହୁଲଙ୍କୁ ହରାଇବା ପରେ ଖାଲି ପାଦରେ ୧୪ କି.ମି ଚାଲି ସିଦ୍ଧିବିନାୟକ ଦର୍ଶନ କଲେ ସ୍ମୃତି ଇରାନୀ

NDTV
58

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉତ୍ତରପ୍ରଦେଶର ଆମେଥି ଲୋକସଭା ଆସନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି ରେକର୍ଡ ବନାଇଛନ୍ତି । ଏହି ବିଜୟ ପରେ ସ୍ମୃତି ୧୪ କି.ମି ଖାଲି ପାଦରେ ଚାଲିଚାଲି ସିଦ୍ଧିବିନାୟକଙ୍କ ଦର୍ଶନ କରିଥିଲେ । ଏହି ବିଷୟ ସ୍ମୃତିଙ୍କ ବାନ୍ଧବୀ ତଥା ଟିଭି ପ୍ରଡ୍ୟୁସର ଏକ୍‍ତା କପୁର ଦେଇଛନ୍ତି ।

 

 

View this post on Instagram

 

14 kms to SIDDHI VINAYAK ke baaad ka glow ?

A post shared by Erk❤️rek (@ektaravikapoor) on

ନିଜ ଇନଷ୍ଟାଗ୍ରାମରେ ଏକ୍‍ତା ସ୍ମୃତିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ସ୍ମୃତିଙ୍କ ସହ ଫଟୋ ସେୟାର କରି ଏକତା କାପୁର ଲେଖିଛନ୍ତି ଯେ, ‘୧୪ କି.ମି ସିଦ୍ଧିବିନାୟକ ଯାତ୍ରା ପରର ଗ୍ଲୋ’ । ସେହିପରି ଏକ ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ୧୪ କି.ମି ଖାଲି ପାଦରେ ଚାଲି ଚାଲି ସିଦ୍ଧିବିନାୟକଙ୍କ ଦର୍ଶନ ପାଇଁ ଯାଇଥିଲେ ସ୍ମୃତି ।

 

ଏକତା କାପୁର ଯେତେବେଳେ ସ୍ମୃତିଙ୍କୁ ଏ ସମ୍ପର୍କରେ ପଚାରିଥିଲେ ସେ କହିଥିଲେ ଯେ, ଈଶ୍ୱର ମୋର ମନୋକାମନା ପୂରଣ କରିଛନ୍ତି । ତେବେ ସ୍ମୃତି କହିନାହାଁନ୍ତି କେଉଁ ମନୋକାମନା ପୂରଣ ପାଇଁ ସେ ଯାଇଥିଲେ । ତେବେ ଏହା ସ୍ପଷ୍ଟ ଆମେଥି ବିଜୟ ଖୁସି ଠାରୁ ସ୍ମୃତିଙ୍କର ଆଉ କୌଣସି ବଡ଼ ଖୁସି ନଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More