Only for Entertainment

ବୟସ୍କଙ୍କର ନୂଆ କାରନାମା, ରାସ୍ତା ମଝିରେ କାଠ ରଖି ତିଆରି କଲେ ଟୋଲ ପ୍ଲାଜା,ଗାଡ଼ି ଅଟକାଇ ନେଉଛନ୍ତି ଟ୍ୟାକ୍ସ

punjabkesari
46

କୌଣସି ଜିନିଷ ଘଟିବା ମାତ୍ରେ ତାହା ତତକ୍ଷଣାତ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଉଛି । ନିକଟରେ ପୁଣିଥରେ ଏକ ଭାଇରାଲ ଘଟଣା ସାମ୍ନାକୁ ଆସିଛି । ସବୁଠାରୁ ଖାସ କଥା ହେଉଛି ଏହା ଏକ ବୟସ୍କଙ୍କୁ ନେଇ ଭାଇରାଲ ହେଉଛି, ଯିଏ ରାସ୍ତାରେ କାଠ ରଖି ଟୋଲ ପ୍ଲାଜା ତିଆରି କରିଛନ୍ତି ଏବଂ ଗାଡ଼ି ଅଟକାଇ କର ଆଦାୟ ସ୍ୱରୂପ ୧୦ ଟଙ୍କା ନେଉଛନ୍ତି ।

ରାସ୍ତାରେ ଏକ ଚେୟାରରେ ବସି ଯାଉଛନ୍ତି ବୟସ୍କ ଏବଂ ରାସ୍ତା ମଝିରେ ଏକ କାଠ ରଖି ନିଜେ ତିଆରି କରିଛନ୍ତି ଟୋଲ ପ୍ଲାଜା । ତେବେ ବୃଦ୍ଧଙ୍କର ଭିଡ଼ିଓ ସୁଟ କରିଥିବା ଯୁବକଙ୍କ କହିବା ଅନୁସାରେ ସେ ଯେତେବେଳେ ବୟସ୍କ ବ୍ୟକ୍ତିଙ୍କୁ ଏହାର କାରଣ ପଚାରିଲେ ସେ କହିଲେ ଏହି ପରାମର୍ଶ ତାଙ୍କୁ ବିଧାୟକ ରମେଶ ଧବାଲା ଦେଇଛନ୍ତି । ତେବେ ଏହି ଟଙ୍କାକୁ ଏକାଠି କରି ସେ ଡଙ୍ଗା ତିଆରି କରିବେ । ଏହି ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More