Only for Entertainment

ଅଭିନେତା ସ୍ୱରାଜଙ୍କ ଅପକମିଂ ଫିଲ୍ମ ଡ୍ୟାନ୍ସ ନମ୍ବର ରିଲିଜ , ଦେଖନ୍ତୁ ମେକିଂ ଭିଡିଓ !

42

ଆଗାମୀ ଓଲିଉଡ୍ ଆକ୍ସନ – ରୋମାଂଟିକ୍ ଫିଲ୍ମ ‘ଲଭ୍ ଏକ୍ସପ୍ରେସ୍’ର ନୂଆ ଡ୍ୟାନ୍ସ ନମ୍ବର ‘ହାଏ ରାମ’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ନାୟକ ସ୍ୱରାଜଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଗୀତଟି ଫିଲ୍ମରେ ସ୍ୱରାଜଙ୍କ ଇଂଟ୍ରୋଡକ୍ସନ୍ ଗୀତ ହେବାକୁ ଯାଉଛି । ଆଉ ତାଙ୍କର ଜବରଦସ୍ତ ଏଂଟ୍ରି ପାଇଁ ଏମିତି ଏକ ପେପି ନମ୍ବରକୁ ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ । ଯେମିତି ଜବରଦସ୍ତ ସଙ୍ଗୀତ ରହିଛି ସେହିପରି ହଟକେ ଲିରିକ୍ସ ବି ଶୁଣିବାକୁ ମିଳିଛି ଏଥିରେ । ଦମଦାର୍ ସଙ୍ଗୀତକୁ ସ୍ୱରାଜଙ୍କ ଡ୍ୟାନ୍ସ ଗୀତକୁ ହିଟ୍ କରିବ ବୋଲି ଆଶା କରାଯାଉଛି । ଏହି ଡ୍ୟାନ୍ସ ଗୀତର ସଙ୍ଗୀତର ଭାର ତୁଲାଇଛନ୍ତି ବୈଦନାଥ ଦାସ । ଆଉ ଗୀତଟିକୁ ଗାଇଛନ୍ତି ଆର୍.ଏସ୍. କୁମାର୍ ।

ଡକ୍ଟର୍ ନିର୍ମଳ ନାୟକଙ୍କ ନିଆରା ଲିରିକ୍ସ ଏହି ଗୀତକୁ କରିଛି ଆହୁରି ମଜେଦାର୍ । ଓଲିଉଡର ଏହି ଅପକମିଂ ସିନେମା ‘ଲଭ୍ ଏକ୍ସପ୍ରେସ୍’ ସ୍ୱରାଜଙ୍କ ଅଭିନୀତ ୪ର୍ଥ ଫିଲ୍ମ । ଆଉ ଏହି ସିନେମାରେ ସେ ଦ୍ୱିତୀୟ ଥର ପାଇଁ ଅଭିନେତ୍ରୀ ସନମୀରାଙ୍କ ସହ ରୋମାନ୍ସ କରିବାରେ ଆସିବେ ନଜର । ସାର୍ଥକ ମ୍ୟୁଜିକ୍ ଓ ସିଦ୍ଧାର୍ଥ ଟିଭି ଦ୍ୱାରା ପ୍ରସ୍ତୁତ ହେଉଥିବା ଚଳଚ୍ଚିତ୍ର ଲଭ୍ ଏକ୍ସପ୍ରେସର ପ୍ରଯୋଜନା କରୁଛନ୍ତି ସୀତାରାମ ଅଗ୍ରୱାଲ୍ ଏବଂ କାର୍ଯ୍ୟକାରୀ ପ୍ରଯୋଜନା ଭାର ତୁଲାଉଛନ୍ତି ସଚିକାନ୍ତ ଜେନା । ଆସନ୍ତା ୨୮ ତାରିଖରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ଲଭ୍ ଏକ୍ସପ୍ରେସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More