Only for Entertainment

ବେଙ୍ଗଲି ସିନେମାରେ ଓଡିଆ ସୁନ୍ଦରୀ ଏଲିନାଙ୍କ ଏଂଟ୍ରି !

97

ବେଙ୍ଗଲ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାଦ ରଖିବାକୁ ଯାଉଛନ୍ତି ଓଡିଆ ସୁନ୍ଦରୀ ଏଲିନା ସାମନ୍ତରାୟ । ଓଲିଉଡରେ ନିଜ ଜଲୱା ଦେଖାଇବା ପରେ ଏବେ ଟଲିଉଡରେ ନିଜ ଗ୍ରାଣ୍ଡ ଏଂଟ୍ରି କରିବେ ଏଲିନା । ତାଙ୍କ ପ୍ରଥମ ବେଙ୍ଗଲି ସିନେମାର ନାମ ହେଉଛି ଭୋକାଟା । ତାଙ୍କ ବିପକ୍ଷରେ ନାୟକ ଭାବେ ଦୁଇ ଦୁଇ ଜଣ ବେଙ୍ଗଲି ନାୟକ ନଜର ଆସିବେ । ଓମ୍ ସାହାଣୀ ଓ ସାଗ୍ନିକ୍ । ଏଲିନା ନିଜର ଏହି ପ୍ରଥମ ବେଙ୍ଗଲି ସିନେମାର ସୁଟିଂ ଶେଷ କରିଥିବାବେଳେ ଫିଲ୍ମଟି ୨୮ ଜୁନରେ ପରଦାକୁ ଆସିବ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଓଡିଆ ନିର୍ଦ୍ଦେଶକ ରମେଶ ରାଉତ । ତେବେ ନିଜର ଏହି ପ୍ରଥମ ସିନେମା ପାଇଁ ବେଶ ଏକ୍ସାଇଟେଡ୍ ଥିବା ସେ କହିଛନ୍ତି ।

ଏଲିନା ସାମନ୍ତରାୟ, ଏକ ରିୟାଲିଟି ଶୋ’ରେ ବିଜେତା ହୋଇ ଅଭିନୟରେ କରିଲେ ଏଂଟ୍ରି । ଆଉ ପ୍ରଥମ ସିନେମାରେ ହିଁ ତାଙ୍କୁ ଢେର ଭଲପାଇବା ମିଳିଲା ଓଡିଆ ଦର୍ଶକଙ୍କର । ନିଜ ଆକର୍ଷଣୀୟ ଲୁକ୍ ସହ ପ୍ରଭାବଶାଳୀ ଅଭିନୟ ଜରିଆରେ ବେଶ ଅଳ୍ପ ଦିନ ମଧ୍ୟରେ ସେ ଓଲିଉଡରେ ଛାଇ ଗଲେ ।

ସବୁ ବଡ ବଡ ନାୟକଙ୍କ ନାୟିକା ହେବାର ସୁଯୋଗ ମିଳିଲା ଏହି ସୁନ୍ଦରୀଙ୍କୁ । କେତେବେଳେ, ଅରିନ୍ଦମଙ୍କ ସହ ତ ପୁଣି କେତେବେଳେ ବାବୁଶାନଙ୍କ ସହ, ସବ୍ୟସାଚୀ ତ ପୁଣି ଅନୁଭବ ମହାନ୍ତିଙ୍କ ସହ ନାୟିକା ଭାବେ ନଜର ଆସିଛନ୍ତି ଏଲିନା । ଆଉ ତାଙ୍କ ପେୟାରିଂ ସବୁ ଷ୍ଟାରଙ୍କ ସହ ବେଶ ଜମେ । ଯାହା ପାଇଁ ସେ ଓଲିଉଡର ଆଗ ଧାଡିର ନାୟିକା ହୋଇପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More