Only for Entertainment

ହୀରାରେ ସଜ୍ଜା ବିମାନର ଫଟୋ ହେଉଛି ଭାଇରାଲ, ଜାଣନ୍ତୁ ଏହି ଫଟୋ ପଛର ସତ୍ୟତା !

112

ଏମିରେଟ୍ସ ଏୟାରପ୍ଲେନର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ସମସ୍ତେ ଏହି ପ୍ଲେନକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଏୟାରଲାଇନ୍ସ ନିଜେ ଏହି ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଫଟୋରେ ଆପଣ ଦେଖି ପାରୁଥିବେ ଯେ ପୂରା ବିମାନ ହୀରାରେ ଆଚ୍ଛାଦିତ ନଜର ଆସୁଛି । ପ୍ଲେନରେ ହଜାର ହଜାର ହୀରା ଯୋଡା ଯାଇଛି । କାହାକୁ ବୁଝା ପଡିନଥିଲା ଯେ ହି ଫଟୋ ଅସଲି ନା ନକଲି । ଟ୍ୱିଟରରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି ।

ଟ୍ୱିଟର ପୋଷ୍ଟରେ ଦିଆଯାଇଥବା କ୍ୟାପସନକୁ ଦେଖି ଆପଣ ମଧ୍ୟ ଭାବୁଥିବେ ଏହା ଅସଲି ନୁହେଁ । ଟ୍ୱିଟରରେ ଏହି ବିମାନ ଫଟୋ ଅପଲୋଡ କରାଯାଇ ଲେଖା ଯାଇଛି ଯେ ‘ଏହା ଏମିରେଟ୍ସ ବ୍ଲିଗ ୭୭୭ । ଏହି ଫଟୋକୁ ବନାଛନ୍ତି ସାରା ଶକିଲ । ଏମିରେଟ୍ସ ନିଜେ ଫଟୋ ଅପଲୋଡ କରି କ୍ୟାପଶନ ଲେଖିଛନ୍ତି । ଖଲିଜ ଟାଇମ୍ସ ମୁତାବକ, ସାରା ଶକିଲ କ୍ରିଷ୍ଟଲ ଆର୍ଟିଷ୍ଟ ଇନଷ୍ଟାଗ୍ରାମ ସେଲିବ୍ରିଟି ଅଟନ୍ତି । ତାଙ୍କୁ ୪.୮ଲକ୍ଷ ଲୋକ ଫଲୋ କରୁଛନ୍ତି ।

ସାରା ଶକିଲ ଏହି ଫଟୋ ଶେୟାର କରୁ କରୁ ଏହା ଭାଇରାଲ ହୋଇଯାଇଥିଲା । ଏମିରେଟ୍ସର ନଜର ଯେତେବେଳେ ଏହି ଫଟୋରେ ପଡିଥିଲା ସେ ଏହାକୁ ଲାଇକ କରିଥିଲେ ଏବଂ ଫଟୋକୁ ରିପୋଷ୍ଟ କରିବା ଲାଗି ସ୍ୱୀକୃତି ମଧ୍ୟ ମାଗିଥିଲେ ।
!

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More