Only for Entertainment

ରିଲିଜ ହେଲା ‘ଛବିରାଣୀ- ଦ ଅନଟୋଲ୍ଡ ଷ୍ଟୋରୀ’ର ରୋମାଣ୍ଟିକ ଗୀତ ‘ଏମିତି ଦିନଟେ ନଆସୁ’, ଦେଖିବାକୁ ମିଳିଲା ସିଦ୍ଧାନ୍ତ- ଅନୁଙ୍କ କେମେଷ୍ଟ୍ରି

you tube
94

ଆଗାମୀ ଓଡିଆ ଚଳଚ୍ଚିତ୍ର ‘ଛବିରାଣୀ’କୁ ନେଇ ଏବେ ଓଲିଉଡରେ ଖୁବ ଚର୍ଚ୍ଚା । ସିନେମାଟି ଏକ ସତ କାହାଣୀକୁ ପ୍ରସ୍ତୁତ ହୋଇଛି । ୮୦ ଦଶକର ବହୁ ଚର୍ଚ୍ଚିତ ଗଣଦୁର୍ଷ୍କମ ଓ ହତ୍ୟା ଘଟଣା ଉପରେ ଆଧାରିତ ହୋଇଛି । ସିନେମାରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କ ଯୋଡିକୁ ପୁଣିଥରେ ପରଦାରେ ଦେଖି ପାରେବେ ଓଡିଆ ଦର୍ଶକ । ଦୁହିଁଙ୍କୁ ନେଇ ଏକ ମନଛୁଆଁ ରୋମାଂଟିକ୍ ଗୀତକୁ ସିନେମାରେ ସ୍ଥାନ ଦେଇଛନ୍ତି ମେକର୍ ।

ସିନେମାର ରୋମାଂଟିକ୍ ଗୀତ ‘ଏମିତି ଦିନଟେ ନଆସୁ’ ଏବେ ରିଲିଜ୍ ହୋଇଛି । କଣ୍ଠଶିଳ୍ପୀ ଶବିଶେଷ ଓ ଅନନ୍ୟା ଶ୍ରୀତମ୍ ନନ୍ଦଙ୍କ ଆକର୍ଷଣୀୟ ଗାୟିକୀ ଶୁଣିବାକୁ ମିଳିଛି ଏହି ଗୀତରେ । ପ୍ରେମ ଆନନ୍ଦଙ୍କ ସଙ୍ଗୀତ ସହ ଗୀତିକାର ବସନ୍ତ ରାଜ୍ ସାମଲଙ୍କ ଲିରିକ୍ସ ଗୀତଟିକୁ କରି ପାରିଛି ହୃଦୟସ୍ପର୍ଶୀ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ନେଇ ଏହି ଗୀତଟି ସୁଟ୍ କରାଯାଇଛି ।

ଚଳଚ୍ଚିତ୍ର ଛବିରାଣୀରେ ସିଦ୍ଧାନ୍ତ ଜଣେ ପୋଲିସ୍ ଇନସ୍ପେକ୍ଟର୍ ଚରିତ୍ରରେ ନଜର ଆସିବେ । ଆଉ ସିନେମାରେ ତାଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ଅନୁ ଚୌଧୁରୀ । ଏକ ସତ ଘଟଣା ଉପରେ ଗତିଶୀଳ ହେବ ଚଳଚ୍ଚିତ୍ର ଛବିରାଣୀ । ଏହି ଅପକମିଂ ସିନେମାର କାହାଣୀ, ସ୍କ୍ରିନ୍ପ୍ଲେ ସହ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ବବି ଇସଲାମ୍ । ଫିଲ୍ମର ପ୍ରଯୋଜନା କରିଛନ୍ତି ବୁଦ୍ଧଦେବ ସାହୁ, ମନୋରମା ମହାପାତ୍ର ଏବଂ ବିରେନ୍ ମହାପାତ୍ର । ଖୁବଶୀଘ୍ର ପରଦାକୁ ଆଶିବ ‘ଛବିରାଣୀ- ଦ ଅନଟୋଲ୍ଡ ଷ୍ଟୋରୀ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More