Only for Entertainment

ଯୌନ ନିର୍ଯାତନା ପୀଡିତାଙ୍କୁ ସହଯୋଗର ହାତ ବଢାଇଲେ ଅଭିନେତ୍ରୀ ଏମା ୱାଟସନ

Time Magazine
0 50

ଯୌନ ନିର୍ଯାତନା ପୀଡିତାଙ୍କୁ ସହଯୋଗର ହାତ ବଢାଇଛନ୍ତି ବ୍ରିଟିଶ ଅଭିନେତ୍ରୀ ଏମା ୱାଟସନ । ବଳାକୃତା ତଥା ଯୌନ ନିର୍ଯାତିତାଙ୍କ ହିତ ଉଦ୍ଦେଶ୍ୟରେ ଆରମ୍ଭ ହେଇଥିବା ଏକ ନୂଆ ଅଭିଯାନକୁ ୧ ନିୟୁତ ପାଉଣ୍ଡ ଅର୍ଥ ଦାନ କରିଛନ୍ତି ଏମା । ବ୍ରିଟେନର ‘ଜଷ୍ଟିସ ଆଣ୍ଡ ଇକ୍ୱେଲିଟି ଫଣ୍ଡ’କୁ ଅଭିନେତ୍ରୀ ଏହି ଅର୍ଥ ଦାନ କରିଛନ୍ତି । ତେବେ ଅଭିଯାନକୁ ଅର୍ଥଦାନ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । କର୍ମସ୍ଥଳରେ ଯୌନନିର୍ଯାତନାକୁ ବିରୋଧ କରି ୨୦୦ରୁ ଅଧିକ ବ୍ରିଟିଶ୍ ଏବଂ ଆଇରିଶ୍ ମହିଳା ଖୋଲା ଚିଠି ଲେଖିଥିବା ବେଳେ ଏହି ସମୟରେ ଏମା ଏଭଳି ଏକ ପଦକ୍ଷେପ ଗ୍ରହଣ କରିଥିବା ଉକ୍ତ ଅଭିଯାନକୁ ତୀବ୍ର କରିବ ବୋଲି ଆଶା କରାଯାଉଛି ।

ଏମାଙ୍କ ପରେ ଆହୁରି ଅନେକ ବ୍ୟକ୍ତି ବିଶେଷ ମଧ୍ୟ ‘ଜଷ୍ଟିସ ଆଣ୍ଡ ଇକ୍ୱେଲିଟି ଫଣ୍ଡ’କୁ ସହଯୋଗର ହାତ ବଢାଇଥିବା ଦେଖିବାକୁ ମିଳିଛି । ବ୍ରିଟିଶ ଓ ଆଇରିଶ ମହିଳାଙ୍କ ଯୌନ ନିର୍ଯାତନା ନିରୋଧୀ ଉକ୍ତ ଚିଠିରେ ଏମା ମଧ୍ୟ ସ୍ୱାକ୍ଷର କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ଅଭିନେତ୍ରୀ ଏମା ଥମ୍ପସନ, କାରେ ମୁଲିଗାନ, ସର୍ସେ ରୋନାନ, ଜେମ୍ମା ଚାନ, କେଇରା ନାଇଟଲେ ମଧ୍ୟ ଚିଠିରେ ସାଇନ କରିଛନ୍ତି । ୧୬୦ ଶିକ୍ଷାବିତ ଏବଂ ଚ୍ୟାରିଟି କର୍ମକର୍ତ୍ତା ଉକ୍ତ ଅଭିଯାନକୁ ସମର୍ଥନ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More