Only for Entertainment

ଦୁନିଆର ଏଭଳି ଜଣେ ମା, ଯିଏ ଶହୀଦ ପୁଅର ଶବ ଘରକୁ ଆଣିବାକୁ ମନା କରିଦେଲେ । କାରଗିଲ ଯୁଦ୍ଧର ଅଜଣା କାହାଣୀ ।

iCHOWK.in
42

ଦେଶଭକ୍ତିର ଅର୍ଥ ଆପଣଙ୍କ ଭାଷାରେ କ’ଣ? କେବଳ ଅଧିକ ଲୋକଙ୍କ ସହିତ ସଂପର୍କରେ ଯୋଡ଼ି ହୋଇ ରହିବା ଏବଂ ସେମାନଙ୍କ ପାଇଁ କିଛି କାମ କରିବା । ଭାବିବାର କଥା ହେଉଛି ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡିଆରେ ଏହାକୁ ନେଇ ଭାଷଣ ଦେଉଛନ୍ତି, କିନ୍ତୁ ବାସ୍ତବରେ ଦେଶଭକ୍ତି କ’ଣ କିଏ ଜାଣେ? ଦେଶର ସିପାହୀ ମାନେ ଦେଶପାଇଁ ଯେଉଁ ନିଜ ଜୀବନ ଦେଉଛନ୍ତି ତାହା ଦେଶଭକ୍ତି । ଯାହାଙ୍କ ପାଇଁ ଆମେ ରାତିରେ ଶାନ୍ତିରେ ଶୋଇପାରୁଛୁ ସେମାନଙ୍କ ବଳୀଦାନ ହେଉଛି ଦେଶଭକ୍ତି । ଦେଶର ସିପାହୀଙ୍କ ବିଷୟରେ କେତେକ ଖବର ଆସେ, କିନ୍ତୁ କେବେ ଭାବିଛନ୍ତି ସେମାନଙ୍କ ପରିବାର ବିଷୟରେ । କ’ଣ କୁହନ୍ତି ସେମାନଙ୍କ ପରିବାର ।ନିକଟରେ ସେହିଭଳି ଏକ ଆଶ୍ଚର୍ଯ୍ୟ କରିବାଭଳି ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ବୟାନ ଦେଇଛନ୍ତି ଜଣେ ସଚ୍ଚୋଟ ଦେଶଭକ୍ତଙ୍କ ସାହସୀ ମା ।

ବାସ୍ତବରେ ଶହୀଦ କ୍ୟାପଟେନ ହନିଫ ଉଦ୍ଦିନଙ୍କ ମା ହେମା ଉଦ୍ଦିନ ଏହି ବିଷୟରେ ଖବର ଦେଇଛନ୍ତି । ହନିଫ ୮ ବର୍ଷ ଥିବାବେଳେ ତାଙ୍କ ବାପା ଚାଲିଗଲେ । ତଥାପି ହାର ମାନିଲେ ନାହିଁ ହେମା । ପୁଅକୁ ପାଠ ପଡାଇଲେ । ହନିଫଙ୍କ ବାପା ନଥିବାରୁ ଯେତେବେଳେ ତାଙ୍କୁୁ ସ୍କୁଲରେ ଡ୍ରେସ ମିଳିଲା ହେମା କହିଲେ ଯା ଏହି ଡ୍ରେସ ଫେରାଇ ଦେଇ ଆସିବୁ । କହିବୁ ମୋ ମା ମୋ ଖର୍ଚ୍ଚ ପାଇଁ ଯଥେଷ୍ଟ ଟଙ୍କା ରୋଜଗାର କରୁଛନ୍ତି । କାରଣ ହେମା ଖୁବ ସ୍ୱାଭିମାନୀ । ସେ ଖୁବ ସାହସର ସହିତ ବଂଚିଛନ୍ତି ।

ସେଦିନର ଘଟଣା । ଯେତେବେଳ କ୍ୟାପଟେନ ହନିଫ ତୁରତୁକ ଠାରେ ଶଦୀଦ ହୋଇଗଲେ । ଏହା ଲେହ ନିକଟରେ ଥିବା ଏକ ଛୋଟ ଗାଁ । ୨୫ ବର୍ଷର ପୁଅକୁ ହରାଇ ଯେକୌଣସି ମା’ର ଛାଥି ଥରି ଉଠିଥାନ୍ତା । କିନ୍ତୁ ହେମା ସାହସ ହଜାଇ ନଥିଲେ । ବରଂ ସେ କହିଲେଯେ ସେ ଜଣେ ଅନ ଡ୍ୟୁଟି ଅଫିସର ଥିଲା ଏବଂ ସେ ଯାହା କଲା ନିଜ ଦେଶ ପାଇଁ କଲା । ସେ ତାଙ୍କ ପୁଅଠାରୁ ଆଶା କରୁନଥିଲେଯେ ନିଜ ଜୀବନ ବଂଚାଇ ପଛଘୁଂଚା ଦେଇ ଫେରିଆସୁ ।

ହନିଫଙ୍କ ମୃତ୍ୟୁର ୪୦ ଦିନ ପର୍ଯ୍ୟନ୍ତ ଶବ ମିଳିଲା ନାହିଁ । ଆର୍ମୀ ଜେନେରାଲ ବିପି ମଲ୍ଲିକ କହିଲେଯେ ସେ ଶଦୀଦଙ୍କ ଶବ ଖୋଜିପାଉନାହାଁନ୍ତି । କାରଣ ତାଙ୍କୁ ଖୋଜିବା ବେଳେ ଶତ୍ରୁ ଘନଘନ ଗୁଳିମାଡ଼ କରୁଛନ୍ତି । ଜାଣିଛନ୍ତି ସେତେବେଳେ ହେମା କ’ଣ କହିଲେ । ସେ କହିଲେଯେ ତା ଶରୀର ସେହିଠାରେ ରହିବାକୁ ଦିଅ । କାରଣ ମୁଁ ଚାହୁଁନାହିଁ ତାକୁ ଆଣିବାକୁ ଯାଇ ଆଉ କାହାର ଜୀବନ ଯାଉ ।

କାରଗିଲର ଏହି ଅଣଶୁଣା କହାଣୀ ବିଷୟରେ କ’ଣ କହିବେ ଆପଣ? ଏହା ଏକ ମୁସଲମାନ ସୈନିକ ଏବଂ ମୁସଲିମା’ର କାହାଣୀ । ତେଣୁ ଯିଏ ଏହି କାହାଣୀକୁ ଶେୟାର କରିଛନ୍ତି ସେ ଲେଖିଛନ୍ତିଯେ ଏହି କାହାଣୀ ପଢିବା ପରେ ଆପଣ କେବେ ମଧ୍ୟ ହିନ୍ଦୁ ଓ ମୁସଲମାନ ମଧ୍ୟରେ ବିଭେଦ ଦେଖିବେନାହିଁ । ଏହା ହେଉଛି ଦେଶଭକ୍ତି । ଯେଉଁଠାରେ ଶତ୍ରୁ ମଧ୍ୟ ମୁଣ୍ଡ ନୁଆାଁଇବାକୁ ବାଧ୍ୟ ହୁଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More