Only for Entertainment

ରିଆଲିଟି ଶୋ’ରେ ପୁରୁଣା ସ୍ମୃତିକୁ ଦେଖି ଲୁହକୁ ଅଟକାଇ ପାରିଲେନି ଧର୍ମେନ୍ଦ୍ର, ସାମ୍ନାକୁ ଆସିଲା ଭିଡ଼ିଓ

dainik jagran
141

ରିଆଲିଟି ଶୋ ଏବଂ ବଲିଉଡ ସେଲିବ୍ରେଟୀଙ୍କ ସଂପର୍କ ଭାରି ପୁରୁଣା । ସେମାନେ ଏକା ସାଙ୍ଗରେ ମଂଚ ଉପରେ ମସ୍ତି କରନ୍ତି,ଆଉ ଥଟ୍ଟାମଜା ମଧ୍ୟ, ଏବଂ ଏହା ସହିତ ନିର୍ମାତା ଏଭଳି କିଛି ଥିମକୁ ସଜାଡ଼ି ରଖିଥାନ୍ତି ଯାହା ସେଲିବ୍ରେଟୀଙ୍କୁ ଭାବବିହ୍ୱଳ କରିଦିଏ । ଆଜ୍ଞା ହଁ ନିକଟରେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋନି ଟିଭିର ରିଆଲିଟି ଶୋ ‘ସୁପରଷ୍ଟାର ସିଙ୍ଗର’ ମଂଚ ଉପରେ ।ବଲିଉଡ୍‌ର ଭେଟେରାନ୍‌ ଆକ୍ଟର ଧର୍ମେନ୍ଦ୍ର ସୋନି ଟିଭିର ସିଙ୍ଗିଙ୍ଗ୍‌ ରିୟାଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର୍‌’ରେ ଯୋଗ ଦେଇ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଧର୍ମେନ୍ଦ୍ର କାନ୍ଦୁଥିବାର ଏକ ଭିଡିଓ ସୋନି ଟିଭିର ଅଫିସିଆଲ୍‌ ସାଇଟ୍‌ରେ ଶେଆର୍ କରାଯାଇଛି।

 

ଏହି ଶୋ’ରେ ଧର୍ମେନ୍ଦ୍ର ପୁଅ ସନି ଦେଓଲ୍‌ ଓ ନାତି କରନ୍‌ ଦେଓଲଙ୍କ ସହିତ ଯୋଗ ଦେଇଥିଲେ। କରନ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ତେଣୁ ଧର୍ମେନ୍ଦ୍ର ଓ ସନି ଫିଲ୍ମର ପ୍ରମୋସନ କରିବା ପାଇଁ ‘ସୁପରଷ୍ଟାର ସିଙ୍ଗର’ରେ ପହଞ୍ଚିଥିଲେ।ଶୋ’ର ଏହି ଏପିସୋଡଟି ଆଗାମୀ ସପ୍ତାହରେ ଟେଲିକାଷ୍ଟ ହେବ। କିନ୍ତୁ ଏହା ପୂର୍ବରୁ ଇନଷ୍ଟାଗ୍ରାମରେ ଏହାର ପ୍ରୋମୋକୁ ଶେଆର କରାଯାଇଛି। ଏହି ପ୍ରୋମୋ ଭିଡିଓରେ ଧର୍ମେନ୍ଦ୍ରଙ୍କ ଗାଁ, ପିଲାଦିନ, ସ୍କୁଲ ଓ ସାଙ୍ଗସାଥୀଙ୍କ କଥାକୁ ଦେଖାଯାଇଛି। ଯାହାକୁ ଦେଖି ଧର୍ମେନ୍ଦ୍ର ତାଙ୍କ ଆଖିର ଲୁହକୁ ରୋକି ପାରିନାହାନ୍ତି ଏବଂ ପିଲାଙ୍କ ପରି କାନ୍ଦିବା ଆରମ୍ଭ କରିଛନ୍ତି।ସୂଚନାଯୋଗ୍ୟ ଯେ ଧର୍ମେନ୍ଦ୍ରଙ୍କ ଗାଁ ହେଉଛି ସାହନେବଲ, ଯାହା ଲୁଧିଆନାଠାରୁ ୧୦ କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଗାଁ ସହରରେ ପରିଣତ ହୋଇଛି। ଏହି ଭିଡିଓରେ ଧର୍ମେନ୍ଦ୍ରଙ୍କ ପିଲାଦିନର ଫଟୋକୁ ଦେଖାଯାଇଛି। ଯେଉଁଥିରେ ସେ ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି।

 

ପ୍ରୋମୋ ଭିଡିଓରେ ରେଳଧାରଣା ପାଖରେ ଥିବା ଏକ ପୋଲ ବିଷୟରେ କୁହାଯାଇଛି। ଯାହା ଉପରେ ବସି ଧର୍ମେନ୍ଦ୍ର ମୁମ୍ୱାଇ ଆସି ହିରୋ ହେବା ପାଇଁ ସ୍ୱପ୍ନ ଦେଖୁଥିଲେ। ଭିଡିଓକୁ ଦେଖି ସାରିବା ପରେ ନିଜ ସଂଘର୍ଷ ଦିନକୁ ମନେ ପକାଇ ଧର୍ମେନ୍ଦ୍ର ଭାବବିହ୍ୱଳ ହୋଇପଡ଼ିଥିଲେ।‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ ଫିଲ୍ମରେ ସନି ଦେଓଲ୍‌ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ୨୦ ସେପ୍ଟେମ୍ୱରରେ ରିଲିଜ୍‌ ହେବାକୁ ଯାଉଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More