Only for Entertainment

ଜ୍ୟାକଲିନ ଫର୍ଣ୍ଣାଡିଜ ଏବଂ ସ୍ୱରା ଭାସ୍କରଙ୍କ ସହିତ ‘ଅର୍ଥ’ର ରିମେକରେ ନଜର ଆସିବେ ଇମରାନ ହାସମୀ !

google
55

୧୯୮୨ରେ ରିଲିଜ ହୋଇଥିବା ଫିଲ୍ମ ‘ଅର୍ଥ’ର ରିମେକ ନିର୍ମାଣ ହେବାକୁ ଯାଉଛି । ଶୁଣିବାକବୁ ମିଳୁଛି ଯେ ଫିଲ୍ମର ରିମେକରେ ଡ୍ୟାକଲିନ ଫର୍ଣ୍ଣାଡିଜ ସ୍ମିତା ପାଟିଲଙ୍କ ଭୂମିକାରେ ନଜର ଆସିବେ । ଅନ୍ୟ ପକ୍ଷରେ ସ୍ୱରା ଭାସ୍କର ଶବାନା ଆଜମୀ ପ୍ଲେ କରିଥିବା ଭୂମିକାରେ ନଜର ଆସିପାରନ୍ତି । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଫିଲ୍ମର ମେଲ ଲିଡ ରୋଲ ପାଇଁ ଅଭିନେତା ଇମରାନ ହାସମୀଙ୍କୁ ଆପ୍ରୋଚ କରାଯାଇଛି । ଫିଲ୍ମରେ ସେ କୁଳଭୂଷଣ ଖରବନ୍ଦା ପ୍ଲେ କରିଥିବା ଭୂମିକାରେ ନଜର ଆସିବେ ।

 

View this post on Instagram

 

What do you’ll think of the @delhiitesmagazine cover? #delhi #magazine #whycheatindia #emraanhashmi

A post shared by Emraan Hashmi (@therealemraan) on

ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ, ‘ଫିଲ୍ମ ପାଇଁ ଇମରାନ ହାସମୀଙ୍କୁ ଆପ୍ରୋଚ କରାଯାଇଛି । ସମ୍ଭାବନା ରହିଛି ଯେ ଫିଲ୍ମରେ ତାଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଇମରାନ ଏହାକୁ ନେଇ ଖୁବ ଉତ୍ସାହିତ ଥିବା ଜଣା ପଡିଛି କାରଣ ଏହାର ଓରିଜିନାଲ ଭର୍ସନ ମହେଶ ଭଟ୍ଟ ନିର୍ଦ୍ଦେଶନା ଦେଇଥିଲେ ।’

କହିରଖୁଛୁ ଯେ, ଫିଲ୍ମ ‘ଅର୍ଥ’ର ରିମେକ ଭର୍ସନ ର ନିର୍ଦ୍ଦେଶନା ଦେବେ ସାଉଥ ଅଭିନେତ୍ରୀ ରେବତୀ । ଫିଲ୍ମର ସୁଟିଂ ଡିସେମ୍ବରରୁ ଆରମ୍ଭ ହୋଇପାରେ । ଦେଖିବାକୁ ବାକି ରହିଲା ଯେ ଫିଲ୍ମର କାଷ୍ଟ କେବେ ମେକର୍ସ ରିଭିଲ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More