Only for Entertainment

ଘରୁ ଆସିଲା ଲାଲ ଲେହେଙ୍ଗା, ବିଗ ବସ ଘରେ ନିର୍ବନ୍ଧ କରିବେ ସୃଷ୍ଟି ରୋଡ଼େ?

aajtak
30

ବିଗ ବସ ଘର ନିର୍ବନ୍ଧ,ବିବାହ ଏବଂ ପ୍ରେମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏବେ ସୁଜନ ୧୨ରେ ସୃଷ୍ଟି ରୋଡ଼େଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚା ଚାଲିଛି । ସେ ତାଙ୍କ ବଏଫ୍ରେଣ୍ଡ ମନୀଷ ନାଗଦେବଙ୍କ ସହିତ ୩ ବର୍ଷ ହେବ ରିଲେସନସିପରେ ଅଛନ୍ତି । ଏବେ ଘର ଲୋକଙ୍କ ଇଛା ଅଛିଯେ ତାଙ୍କ ନିର୍ବନ୍ଧ ବିଗବସ ଘରେ ହେଉ ।

ସବା ଏବଂ କରଣବୀର ବିଗବସଙ୍କୁ ନିବେଦନ କରିଛନ୍ତିଯେ ସୃଷ୍ଟିଙ୍କ ନିର୍ବନ୍ଧ ଧୁମଧୁମାରେ କରାଯାଉ ।ବାସ୍ତବରେ ସୃଷ୍ଟିଙ୍କ ଘରୁ ଲେହେଙ୍ଗା ଆସିଛି । ଏହି କାରଣରୁ ସମସ୍ତେ ସୃଷ୍ଟିଙ୍କ ନିର୍ବନ୍ଧ ବିଷୟରେ କଥା ହେଉଛନ୍ତି । ଏବେ ଦେଖିବାକୁ ପଡ଼ିବଯେ କ’ଣ ବିଗବସ ସୃଷ୍ଟିଙ୍କ ନିର୍ବନ୍ଧ ପାଇଁ ପ୍ଲାନ କରିଛନ୍ତି ।

 

ଭିଡ଼ିଓରେ ନଜର ଆସିଛିଯେ ନିର୍ବନ୍ଧ ପାଇଁ ସୃଷ୍ଟି ମନା କରୁଛନ୍ତି । ସେ କହୁଛନ୍ତିଯେ ସେ ସମସ୍ତଙ୍କୁ ଡାକିବେ । କିନ୍ତୁ ବିଗ ବସ ଘରେ ନୁହେଁ ।

ସୃଷ୍ଟି ଏକ କଳାକାର ପରିବାରରୁ ଆସିଛନ୍ତି । ତାଙ୍କ ବାପା ଜଣେ ସିନେମାଟୋଗ୍ରାଫର ଥିଲେ ।ସୃଷ୍ଟିଙ୍କ ଇଛା ଥିଲା ଅଭିନେତ୍ରୀ ହେବାପାଇଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More