Only for Entertainment

ଦେଖନ୍ତୁ ‘ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର’ର ପୁରା ଷ୍ଟାର କାଷ୍ଟଙ୍କୁ ଏକାସହ !

navbharattimes
0 54

ଅନୁପମ ଖେର ଷ୍ଟାରର ‘ଦ ଆକ୍ସିଡେଂଟାଲ ଅଫ ପ୍ରାଇମ ମିନିଷ୍ଟର’ ଷ୍ଟାର କାଷ୍ଟଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସମସ୍ତ କଳାକାର ଗୋଟିଏ ଫ୍ରେମରେ ନଜର ଆସୁଛନ୍ତି । ଅନୁପମ ଖେରଙ୍କ ମୁଖ୍ୟ ଭୂମିକା ଥିବା ଏହି ଫିଲ୍ମ ମନମୋହନ ସିଂଙ୍କ ମିଡିଆ ଆଡଭାଇଜର ସଂଜୟ ବାରୁଙ୍କ ଲିଖିତ ବହି ଉପରେ ଆଧାରିତ ଅଟେ ।

ଏହି ଫଟୋକୁ ଅନୁପମ ଖେର, ପ୍ରଡ୍ୟୁସର ହଂସଲ ମେହେତା ଏବଂ ଫିଲ୍ମର ଟ୍ୱିଟର ହ୍ୟାଣ୍ଡଲରେ ଶେୟାର କରାଯାଇଛି, ଏମାନେ ସମସ୍ତେ ଅନ୍ୟ ରାଜନୈତିକ ଭୂମିକାରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଫଟୋ ଦେଖି ଜଣା ପଡୁଛି ଯେ ଫଟୋଟି ମଧ୍ୟ ଫିଲ୍ମର କୌଣସି ଏକ ସିନର ଏକ ଅଂଶ ଅଟେ ।

ଏହି ଫିଲ୍ମ ଅକ୍ଷୟ ଖନ୍ନା ସଂଜୟ ବାରୁ ଭୂମିକାରେ ନଜର ଆସିବେ । ବାରୁ ‘ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି’ରେ ସେକ୍ରେଟାରୀ ରୂପେ କାର୍ଯ୍ୟରତ ଅଟନ୍ତି । ବାରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାଖରେ ୨୦୦୪ଅଗଷ୍ଟ ରୁ ୨୦୦୮ଅଗଷ୍ଟ ପର୍ଯ୍ୟନ୍ତ ମିଡିଆ ଆଡଭାଇଜର ଥିଲେ ଏବଂ ସେ ୨୦୧୪ରେ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ଏହି ବହି ରିଲିଜ କରିଥିଲେ ।

ଏହି ଫିଲ୍ମରେ ସୋନିଆ ଗାନ୍ଧୀଙ୍କ ଭୂମିକା ଜର୍ମାନ ଅଭିନେତ୍ରୀ ସୁଜେନ ବର୍ନେଟ ତୁଲାଉଛନ୍ତି, ଅହନା କୁମାର ପ୍ରିୟଙ୍କା ଏବଂ ଅର୍ଜୁନ ମାଥୁର ରାହୁଲ ଗାନ୍ଧୀ । ଫିଲ୍ମରେ ଅନୁପମ ଖେରଙ୍କ ଲୁକ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି, ଯାହାକି ମନମୋହନ ସିଂଙ୍କ ସହ ବିଲକୁଲ ମିଶିଯାଉଛି । ଏହି ଫିଲ୍ମ ୨୧ଡିସେମ୍ବର ୨୦୧୮ରେ ରିଲିଜ ହୋଇପାରେ, ଯଦି ଏଭଳି ହୁଏ ତ ତେବେ ଏହି ଫିଲ୍ମ ଶାହରୁଖ ଖାନଙ୍କ ଫିଲ୍ମ ‘ଜିରୋ’କୁ ଟକ୍କର ଦେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More