Only for Entertainment

ମୁଖ୍ୟମନ୍ତ୍ରୀଙ୍କ ବାୟୋପିକରେ ନଜର ଆସିବେ ଡାର୍ଟି ଗର୍ଲ ବିଦ୍ୟା ବାଲାନ ।

youtube
0 36

ବଲିଉଡରେ ଧୁମ ମଚାଇବା ପରେ ତେଲୁଗୁ ଫିଲ୍ମ ପାଇଁ ମନ ବଳାଇଛନ୍ତି ଡାର୍ଟି ଗର୍ଲ । ଖବର ମୁତାବକ ସେ ଖୁବଶୀଘ୍ର ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ବିଦ୍ୟା ସାଉଥ ସୁପରଷ୍ଟାର ଏବଂ ଆନ୍ଧ୍ରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଦିବଙ୍ଗତ ଏନଟି ରାମା ରାଓଙ୍କ ବାୟୋପିକରେ ନଜର ଆସିବେ । ସେ ରାମାଙ୍କ ପ୍ରଥମ ପତ୍ନୀଙ୍କ ଚରିତ୍ରରେ ନଜର ଆସିବେ ।

ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ତେଜା । ଫିଲ୍ମର ସୁଟିଂ ୨୯ ମାର୍ଚ୍ଚକୁ ଆରମ୍ଭ ହେବ । ରିପୋର୍ଟ ଅନୁସାରେ ଫିଲ୍ମର ସୁଟିଂ ହାଇଦ୍ରାବାଦରେ କରାଯିବ ।

ମିଡିଆ ରିପୋର୍ଟ ଅନୁସାରେ ଏକ ମହତ୍ୱପୂର୍ଣ୍ଣ ଦୃଶ୍ୟ ପାଇଁ ଏକ ଖାସ ପ୍ରସ୍ତୁତି କରାଯିବ । ଫିଲ୍ମ ଲଂଚରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ,ମନ୍ତ୍ରୀ ଏବଂ ଫିଲ୍ମ ତାରକା ଉପସ୍ଥିତ ରହିବେ । କେବଳ ସେତିକି ନୁହେଁ ବରଂ ରାମାଙ୍କ ଉପରେ ଆଉ ଦୁଇଟି ଫିଲ୍ମ ମଧ୍ୟ ନିର୍ମାଣ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More