ସୁଟିଂ ସେଟରେ ଘାଗରା ପିନ୍ଧିବାକୁ ଭୁଲିଗଲେ ଏରିକା, ବ୍ଲାଉଜ ପିନ୍ଧି ଚାଲି ଆସିଲେ ଆକ୍ଟିଂ ପାଇଁ ଆଉ ତା’ ପରେ କ’ଣ ହେଲା ଆପଣ ଦେଖନ୍ତୁ
ଚଳିତ ଦିନରେ ଷ୍ଟାରପ୍ଲସରେ ପ୍ରସାରିତ ଶୋ କସୌଟି ଜିନ୍ଦେଗୀ କେ’ ଖୁବ ଲୋକପ୍ରିୟତା ହାସଲ କରିଛି । ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏହି ଶୋ ଲୋକଙ୍କ ମଧ୍ୟରେ ଆଦୃତ ହୋଇନାହିଁ, ଏହା ପୂର୍ବରୁ ମଧ୍ୟ ଏହାର ପୂର୍ବ ସିଜନ ଖୁବ ଭଲ ଟିଆରପି ଆଣିଥିଲା । ତେବେ ନିକଟରେ କସୌଟି ଜିନ୍ଦେଗୀ କେ ସୁଟିଂ ସେଟରେ ଘଟିଛି ଏକ ମଜାଳିଆ ଘଟଣା । ଯାହାକୁ ଏରିକା ଫର୍ଣ୍ଣାଡିଜ ତାଙ୍କ ଇଂଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ।
ଭିଡ଼ିଓରେ ଦେଖିବାକୁ ମିଳିଛି ଏରିକା ଅନ୍ୟ ମନସ୍କରେ ଆସୁଛନ୍ତି ଏବଂ ସମସ୍ତେ ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଚାହୁଁଛନ୍ତି । ସବୁଠାରୁ ଖାସ କଥା ହେଉଛି ଅଧିକ ଆଶ୍ଚର୍ଯ୍ୟ ହୋଇ ଚାହୁଁଛନ୍ତି ନିର୍ଦ୍ଦେଶକ । ଯାହାପରେ ଏରିକା ପଚାରୁଛନ୍ତି ଆପଣ ମୋତେ ଏମିତି କାହିଁକି ଦେଖୁଛନ୍ତି । ତା’ ପରେ ନିର୍ଦ୍ଦେଶକ କହୁଛନ୍ତି ବେଟା ଘାଗରା ତ ପିନ୍ଧିକି ଆସ । ହଠାତ ନିଜକୁ ଦେଖି ଦେଇ ଏରିକା ଖ୍ୁବ ହସୁଛନ୍ତି । କାରଣ କେବଳ ବ୍ଲାଉଜ ପିନ୍ଧି ଘାଗରା ପିନ୍ଧିବାକୁ ଭୁଲି ଯାଇଥିଲେ ଅଭିନେତ୍ରୀ ।