Only for Entertainment

ଖୁବ ଶୀଘ୍ର ନିର୍ବନ୍ଧ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା, ସୋସିଆଲ ମିଡିଆରେ ଦେଲେ ସଂକେତ

IBTimes India
0 57

ବର୍ତ୍ତମାନ ବିଲିଉଡରେ ବିବାହ ସିଜିନ ଚାଲିଛି । ଲାଗୁଛି ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ମଧ୍ୟ ଏହି ସିଜିନରେ ହାତକୁ ହି ହାତ ହେବେ । ଏହା ଆମେ କହୁନୁ ଇଶାଙ୍କ ଇଂଷ୍ଟାଗ୍ରାମ ଷ୍ଟୋରୀ କହୁଛି । ତାଙ୍କର ଏହି ପୋଷ୍ଟ ଇଶାରା କରୁଛି ଯେ ସେ ଖୁବ ଶୀଘ୍ର ନିଜର ଡିଜାଇନର ବୟଫ୍ରେଣ୍ଡ ନିଖିଲ ଥମ୍ପିଙ୍କ ସହିତ ଏନଗେଜମେଣ୍ଟ କରିବେ ।

ଇଶା ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ ନିଖିଲ ଏବଂ ତାଙ୍କର ଫଟୋ ପୋଷ୍ଟ କରି ଲେଖିଥିଲେ ‘ନିଖିଲ ଏବଂ ମୁଁ ପ୍ରସ୍ତୁତ ଅଛୁ ।’ ଏହା ସହିତ ସେ ଏକ ମୁଦିର ଇମୋଜି ମଧ୍ୟ ଦେଇଥିଲେ ।

esha

ଇଶା କିଛି ଦିନ ପୂର୍ବରୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ବୟଫ୍ରେଣ୍ଡ ନିଖିଲଙ୍କୁ ସମସ୍ତଙ୍କ ସହିତ ପରିଚୟ କରିଥିଲେ । ତେବେ ଇଶା ଗତ କିଛି ବର୍ଷ ହେବ ନିଖିଲଙ୍କ କ୍ରିଏସନକୁ ହିଁ ପିନ୍ଧୁଛନ୍ତି । ଦୁହେଁ ପରସ୍ପରର ଭଲ ସାଙ୍ଗ ଥିବା ବେଳେ ଏହି ବନ୍ଧୁତା କେବେ ଭଲପାଇବାରେ ପରିଣତ ହେଲା ତାହା କେହି ଜାଣିପାରିଲେ ନାହିଁ ।

ଫିଲ୍ମ ବିଷୟରେ କହିବାକୁ ଗଲେ ଇଶା ଶେଷ ଥର ପାଇଁ ଫିଲ୍ମ ‘ବାଦଶାହେ’ରେ ନଜର ଆସିଥିଲେ । ଫିଲ୍ମରେ ଇଶାଙ୍କ ବ୍ୟତିତ ଅଜୟ ଦେବଗନ, ଇମରାନ ହାଶମୀ ଏବଂ ଇଲିଆନା ଡିକ୍ରୁଜଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More