Only for Entertainment

ଇଶା ଗୁପ୍ତାଙ୍କୁ ମାନହାନୀ ନୋଟିସ ପଠାଇଲେ ହୋଟେଲ ମାଲିକ, ଖରାପ ଭାବେ ଦେଖିବାର ଆରୋପ ଲଗାଇଥିଲେ ଅଭିନେତ୍ରୀ

google
38

ନିକଟରେ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ଗୋଆର ଜଣେ ହୋଟେଲ ମାଲିକଙ୍କ ଉପରେ ଆରୋପ ଲଗାଇଥିଲେ । ରୋହିତ ୱିଗ ନାମକ ଏହି ହୋଟେଲ ମାଲିକଙ୍କୁ ନେଇ ଇଶା ଟ୍ୱିଟର ଏବଂ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ସୂଚନା ଦେଇ କହିଥିଲେ ଯେ, ହୋଟେଲ ମାଲିକ କିପରି ତାଙ୍କୁ ଖରାପ ନଜରରେ ଦେଖିୁଥିଲେ । ଏବଂ ଏହି କାରଣ ପାଇଁ ତାଙ୍କୁ ଖୁବ ଅସହଜ ଲାଗିଥିଲା ।

ଏହି ମାମଲାରେ ଏବେ ହୋଟେଲ ମାଲିକ ରୋହିତ ୱିଗ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ବିରୋଧରେ ମାନହାନୀ କେସ ଦାଖଲ କରିଛନ୍ତି । ଭାରତୀୟ ଦଣ୍ଡ ବିଧାନ ଧାରା ୪୯୯ ଏବଂ ୫୦୦ ଅନୁସାରେ ହୋଟେଲ ମାଲିକ ଜଣଙ୍କ ଦିଲ୍ଲୀର ସାକେତ କୋର୍ଟରେ ଇଶାଙ୍କ ବିରୋଧରେ କେସ ଫାଇଲ କରିଛନ୍ତି । ଏହି ମାମଲାରେ ଏବେ ୨୮ ଅଗଷ୍ଟ ପର୍ଯ୍ୟନ୍ତ ଦୁଇ ପକ୍ଷର ବୟାନ ରଖାଯିବ ଏହା ପରେ ଶୁଣାଣି ହେବ ।

 

View this post on Instagram

 

? @soumya.iyer Makeup @billymanik81 Hair @tinamukharjee Styled by @anishagandhi3 @rochelledsa

A post shared by Esha Gupta (@egupta) on

ହୋଟେଲ ମାଲିକ ଆରୋପ ଲଗାଇଛନ୍ତି ଯେ, ଇଶା ତାଙ୍କ ଉପରେ ଭୁଲ ଆରୋପ ଲଗାଇ ତାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କ କହିବା ଅନୁସାରେ ଇଶାଙ୍କ ଏହି ଆରୋପ ପାଇଁ ଲୋକେ ତାଙ୍କ କ୍ୟାରେକ୍ଟର ଉପରେ ପ୍ରଶ୍ନ ଉଠାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More