Only for Entertainment

ସୌନ୍ଦର୍ଯ୍ୟ ବୃଦ୍ଧିରେ ସହାୟକ ହୁଏ ଯୋଗ ।

ANI
35

ଯୁଗ ବଦଳିବା ସହିତ ଲୋକଙ୍କ ପସନ୍ଦରେ ମଧ୍ୟ ପରିବର୍ତ୍ତନ ଆସୁଛି । ବିଶେଷ କରି ସୌନ୍ଦର୍ଯ୍ୟକୁ ନେଇ । ତେଣୁ ଇଛା ମୁତାବକ ସମସ୍ତେ ପ୍ରସାଧାନ ସାମଗ୍ରୀ ବ୍ୟବହାର କରୁଛନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତିକି ଯୋଗ ମାଧ୍ୟମରେ ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇପାରିବ । ଯାହାର ଏକ ସାଧାରଣ ଉଦାହରଣ ହେଉଛନ୍ତି ଅଭିନେତ୍ରୀ ମଲାଇକା ଅରୋରା । ୪୦ ବର୍ଷ ଅତିକ୍ରମ କରିଯାଇଥିଲେ ମଧ୍ୟ ଖୁବ ସୁନ୍ଦର ଦେଖାଯାଉଛନ୍ତି । ଯାହାର ସିକ୍ରେଟ ସେ ସବୁବେଳେ ଯୋଗ ବୋଲି କହିଥାନ୍ତି ।

ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ପାଇଁ ଯୋଗ ଖୁବ ଜରୁରୀ । ସେହନାଜ ହୁସେନର ବିୟୁଟି ଏକ୍ସପର୍ଟଙ୍କ କହିବା ଅନୁସାରେ ସେଲୁନ ଚିକିତ୍ସା ବା ଦାମୀ କସମେଟିକ ବ୍ୟବହାର କରିବା ଅପେକ୍ଷା ଯୋଗ କରିବା ଖୁବ ଭଲ । ଯାହା ବାହ୍ୟ ନୁହେଁ ବରଂ ଆଭ୍ୟନ୍ତରୀଣ ଚିକିତ୍ସା କରିଥାଏ ।

ପ୍ରତିଦିନ ଯୋଗ ଏବଂ ପ୍ରାଣାୟମ କରିବା ଦ୍ୱାରା ଆପଣଙ୍କ ତ୍ୱଚାରେ ବୟସର ଛାପ, ମୁହଁରେ ଗାର ଏବଂ ପାଦ ଫାଟିବା ଆଦି ସମସ୍ତ ସମସ୍ୟା ଦେଖାଯିବ ନାହିଁ । ଯେଉଁମାନେ ପ୍ରତିଦିନ ଯୋଗ କରନ୍ତି ସେମାନଙ୍କ ତ୍ୱଚାରେ ଏକ ଭିନ୍ନ ପ୍ରକାରର ଉଜ୍ୱଳତା ଦେଖାଯାଏ ଏବଂ ଯାହା ଭିତରୁ କାମ ରି ବାହ୍ୟ ସ୍ତରରେ ଦୃଶ୍ୟମାନ ହୁଏ । ଏହା ଦ୍ୱାରା ଆପଣ ଅଧିକ ଯୁବକ ମଧ୍ୟ ଦେଖାଯିବେ ।
ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ କଏନର ଦୁଇ ପାଶ୍ୱର୍ । ଭିତରୁ ଆପଣ ସ୍ୱାସ୍ଥ୍ୟବାନ ହୋଇଥିଲେ ମଧ୍ୟ ତାହା ବାହାରେ ଦେଖାଯାଏ ନାହିଁ । ଦାଗହୀନ ତ୍ୱଚା, ସୁନ୍ଦର କେଶ, ସ୍ଲିମ ଫିଗର ଆଦି ସବୁଥିରେ ଆପଣ ଉନ୍ନତି ଦେଖିପାରିବେ ।

ଯୋଗ ଉଭୟ ଶରୀର ଏବଂ ମସ୍ତିଷ୍କ ଉପରେ ପ୍ରଭାବ ପକାଏ । ରକ୍ତଚାପରେ ମଧ୍ୟ ଉନ୍ନତି ଆସିଥାଏ । ତ୍ୱଚାକୁ ପୋଷଣ ମିଳଥାଏ । ଏହା ସହିତ ଷ୍ଟ୍ରେସରୁ ମୁକ୍ତି ଦିଏ ଯୋଗ । କେବଳ ସେତିକି ନୁହେଁ ମୁହଁରୁ ବ୍ରଣ ଏବଂ କେଶ ଝଡ଼ିବା ସମସ୍ୟାରୁ ମଧ୍ୟ ମୁକ୍ତି ଦିଏ ଯୋଗ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More