Only for Entertainment

ପୁଣିଥରେ ଏକାଠି ସ୍କ୍ରିନରେ ନଜର ଆସିବେ ରଣବୀର ଏବଂ କ୍ୟାଟରୀନା !

25

କେବେ ଲିଭ-ଇନରେ ଥିଲେ ରଣବୀର ଏବଂ କ୍ୟାଟରୀନା ୨୦୧୬ରେ ବ୍ରେକଅପ ପାଇଁ ଚର୍ଚ୍ଚାରେ ରହିଥିଲେ । ପରେ ଏହାକୁ ସ୍ୱୀକାର କରିଥିଲେ , ତାପରେ ଏକାଠି ‘ଜଗ୍ଗା ଜାସୁସ’ରେ ନଜର ଆସିଥିଲେ । ଆଜିର ତାରିଖରେ କୌଣସି ଇଭେଂଟରେ ଦୁହିଁଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିବା ଦେଖିବାକୁ ମିଳୁଛି ।

ଯଦିଓ ଦୁହିଁଙ୍କ ମଧ୍ୟରେ ରୋମାଂଟିକ ସମ୍ପର୍କ ଶେଷ ହୋଇଯାଇଛି ମାତ୍ର ଫ୍ୟାନ୍ସମାନେ ଦୁହିଁଙ୍କୁ ପରଦାରେ ଏକାଠି ଦେଖିବାକୁ ଆଶା ବାନ୍ଧି ବସିଛନ୍ତି । ନିକଟରେ ମିଳିଥିବା ରିପୋର୍ଟ ମୁତାବକ ଦୁହେଁ ଖୁବଶୀଘ୍ର ଏକାଠି ନର ଆସିବେ । ଏହା ଫିଲ୍ମ ନୁହେଁ ବରଂ ଏକ ମୋବାଇଲ କମ୍ପାନୀର ବିଜ୍ଞାପନ ହେବ । ଏହାମଧ୍ୟ ଶୁଣିବାକୁ ମିଳିଛି ଯେ ଏହି ବିଜ୍ଞାପନରେ ରାପର ବାଦଶାହ ମଧ୍ୟ ନଜର ଆସିବେ ।

ଏହାବ୍ୟତୀତ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ରଣବୀର କପୂର ଏବେ ନିଜ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଫିଲ୍ମରେ ତାଙ୍କ ସହ ଆଲିୟା ଭଟ୍ଟ, ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ନାଗାର୍ଜୁନ ଏବଂ ମୌନୀ ରୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଅନ୍ୟପଟେ କ୍ୟାଟରୀନା କୈଫ ରୋହିତ ସେଟ୍ଟୀ ନିଜ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More