Only for Entertainment

ବଂଚି ଥାଉ ଥାଉ ପ୍ରଧାନମନ୍ତ୍ରୀଙ୍କୁ ମାରିଦେଲେ ଲୋକ,ସୋସିଆଲ ମିଡିଆରେ ଦେଲେ ଶ୍ରଦ୍ଧାଂଜଳି ।

ndtv.com
0 54

ରାଜସ୍ଥାନରେ ଗୁରୁବାରକୁ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଖୁବ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଜୟପୁର ଓ ଯୋଦ୍ଧପୁର ସମେତ ପ୍ରଦେଶଭରରେ କେତେକ ଲୋକ ହ୍ୱାଟସଅପରେ ବିନା ତନାଘନାରେ ଏହି ଖବରକୁ ଭାଇରାଲ କରିବାରେ ଲାଗିଛନ୍ତି । କେହି କେହି ଶ୍ରଦ୍ଧାଂଜଳି ମଧ୍ୟ ଦେଇ ସାରିଛନ୍ତି । ବିନା ତଦାରଖରେ ଜଣେ ଅନ୍ୟ ଜଣକୁ ଏହି ମେସେଜ ପଠାଇଛନ୍ତି । କେହି କେହି ଅବଶ୍ୟ କହିଛନ୍ତିଯେ ଏହା ଫେକ ନ୍ୟୁଜ । ମିଡିଆରେ କୌଣସି ଖବର ଏ ବିଷୟରେ ଆସିନାହିଁ ।

ସମ୍ପୂର୍ଣ୍ଣ ଦିନ ଏହି କବରକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଅଟଳ ବିହାରୀଙ୍କୁ ନେଇ ଏହି ଖବର ଭାଇରାଲ ହୋଇଛି । ପୂର୍ବରୁ ମଧ୍ୟ ଏହା ଦେଖିବାକୁ ମିଳିଥିଲା । ଏହିଭଳି ଘଟଣା ୨୦୧୫ରେ ମଧ୍ୟ ହୋଇଥିଲା । ଜଣେ ପ୍ରନ୍ସିପାଲ ବିନା କିଛି ସୂଚନାରେ ବିଦ୍ୟାଳୟରେ ଛାତ୍ରଙ୍କ ସମେତ ଶ୍ରଦ୍ଧାଂଜଳି ଦେଇଥିଲେ । କେବଳ ସେତିକି ନୁହେଁ ଶୋକସଭା ପରେ ବିଦ୍ୟାଳୟକୁ ଛୁଟି ମଧ୍ୟ କରି ଦିଆଯାଇଥିଲା । ଏହାପରେ ପ୍ରିନ୍ସିପାଲଙ୍କୁ ନିଲମ୍ବିତ କରି ଦିଆଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More