Only for Entertainment

ଆବଶ୍ୟକତାଠାରୁ ଅଧିକ ଆଂଟିବାୟୋଟିକ ବ୍ୟବହାର କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ

Del Rey Sinus & Allergy Institute
0 42

ଥଣ୍ଡା କାଶ, ଗଳାର ଇନଫେକସନ, ଭାଇରାଲ, ନିମୋନିଆ ଓ ପେଟ ସଂବନ୍ଧୀୟ ରୋଗ ଏବେ ଏକ ସାଧାରଣ ସମସ୍ୟା । ଏହା ପାଇଁ ଆନଟିବାୟୋଟିକ କିମ୍ବା ଆନଟିବ୍ୟାକଟେରିଆଲ ମେଡିସିନ ଦିଆଯାଏ । ଆଂଟିବାୟୋଟିକକୁ ଆବସ୍ୟକଠାରୁ ଅଧିକ ସେବନ କରିବା ଦ୍ୱାରା ଆଂଟିବାୟୋଟିକ ପ୍ରତିରୋଧ ମାମଲା ଏବେ ବୃଦ୍ଧି ପାଇବାରେ ଲାଗିଛି । ରୋଗର ସଠିକ ପରୀକ୍ଷା ନକରି ଆନଟିବାୟୋଟିକ ସେବନ କରିବା ଦ୍ୱାରା ସୁଗାରବଗସ ଭଳି ସମସ୍ୟା ଦେଖାଯାଇଥାଏ । ଏହି ମେଡିସିନ ଆଗକୁ ଗଭୀର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।
ଆଂଟିବାୟୋଟିକ ଶରୀରରେ ବ୍ୟାକଟେରିଆଠାରୁ ରକ୍ଷା କରିଥାଏ । ବ୍ୟାକଟେରିଆ ଶ୍ୱତ ରକ୍ତ କଣିକା ଉପରେ ଆକ୍ରମଣ କରିଥାଏ । ଆକ୍ରମଣ କରିବାର ୧୬ ମିନିଟ ପରେ ଏହା ଦୁଇ ଗୁଣରେ ପରିଣତ ହୁଏ । ଏହାସହ ଶରୀରର ଇମ୍ୟୁନ ସିଷ୍ଟମକୁ ଦୁର୍ବଳ କରିଦିଏ ।
ଆନଟିବାୟୋଟିକ ମେଡିସିନ ଦୁଇ ପ୍ରକାର କାମ କରିଥାଏ

୧ ବ୍ୟାକଟେରିଆକୁ ଶରୀରର ବିଭିନ୍ନ ଅଙ୍ଗରେ ବୃଦ୍ଧି ଏବଂ ମଲଟିପ୍ଲାଇ ହେବାକୁ ପ୍ରତିରୋଧ କରିଥାଏ ।

୨ ଏହା ସହ ବ୍ୟାକଟେରିଆକୁ ହ୍ରାସ କରିଥାଏ ।

ଅନେକ ଥର ଭାଇରାଲ, ଜ୍ୱର, ଥଣ୍ଡା କାଶ ପରି ସାଧାରଣ ରୋଗ ପାଇଁ ଆଂଟିବାୟୋଟିକ ସେବନର ଆବସ୍ୟକ ପଡିନଥାଏ । ଯଦି ଜ୍ୱର ସହିତ ଛାତିରେ ସମସ୍ୟା ଦେଖାଯାଏ ତେବେ ଡକ୍ଟରଙ୍କ ପରାମର୍ଶରେ ହିଁ ଔଷଧ ସେବନ କରିବା ଆବସ୍ୟକ ।
ଔଷଧ ସେବନ କରିବା ଯଦି ଭୁଲି ଯାଇଥାନ୍ତି ତେବେ ସେହି ଡୋଜକୁ ଛାଡି ସିଡ୍ୟୁଲ ଅନୁସରଣ କରିବା ଦରକାର । ଓଭରଡୋଜ ଶରୀର ପାଇଁ ସମସ୍ୟା ସୃଷ୍ଟି କରିଥାଏ ।

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ ଆନଟିବାୟୋଟିକ ଔଷଧ ଦେବା ଅନୁଚିତ । ଏହା ଦ୍ୱାରା ବ୍ଲିଡିଙ୍ଗ, ଗର୍ଭପାତ ଏବଂ ଗର୍ଭରେ ବଢୁଥିବା ଶିଶୁର ସଠିକ ବିକାସ ନହେବାର ଆଶଙ୍କା ଥାଏ । ଆଂଟିବାୟୋଟିକ ଔଷଧର ଅଧିକ ସେବନ କରିବା ଆରାମ ଦେଇଥାଏ ତାହା ଭାବିବା ଭୁଲ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More