Only for Entertainment

ଲଭ ରଂଜନ ନୁହେଁ ଏହି ନିର୍ଦ୍ଦେଶକଙ୍କ ଫିଲ୍ମରେ ନଜର ଆସିବେ ଦୀପିକା ପାଦୁକୋନ-ରଣବିର କପୁର

deccanchronicle
23

ବଲିଉଡର ଆଇକନିକ ଯୋଡି କଥା ବିଚାରକୁ ଆସିଲେ ସେଥରେ ଦୀପିକା ପାଦୁକୋନ ଏବଂ ରଣବୀର କପୁରଙ୍କ ନାମ ସାମ୍ନାକୁ ମଧ୍ୟ ଆସିଥାଏ । ଦୁଇ କଳାକାରଙ୍କ କେମେଷ୍ଟ୍ରୀକୁ ଲୋକେ ଖୁବ ପସନ୍ଦ କରିଥାନ୍ତି । ଏବେ ଦୁହିଁଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ରଣବୀର କପୁର ଏବଂ ଦୀପିକା ପାଦୁକୋନ ଖୁବ ଶୀଘ୍ର ଅନୁରାଗ ବସୁଙ୍କ ସହିତ ହାତ ମିଳାଇବାକୁ ଯାଉଛନ୍ତି । ଅନୁରାଗ ବସୁଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଦୁହିଁଙ୍କୁ ଆପ୍ରୋଚ କରାଯାଇଥିବା ଶୁଣିବାକୁ ମିଳିଛି । ରଣବିର ଅନୁରାଗ ବସୁଙ୍କ ସହିତ ବର୍ଫି, ଜଗା ଜାସୁସ ପରି ଫିଲ୍ମରେ କାମ କରିଛନ୍ତି । ଅନ୍ୟ ପକ୍ଷରେ ଦୀପିକା ଏପର୍ଯ୍ୟନ୍ତ ଅନୁରାଗ ବସୁଙ୍କ ସହିତ କୌଣସି ପ୍ରୋଜେକ୍ଟ ପାଇଁ ହାତ ମିଳାଇ ନାହାଁନ୍ତି । ଯଦି ଦୀପିକା ଏହି ପ୍ରୋଜେକ୍ଟ ପାଇଁ ହଁ ଭରନ୍ତି ତେବେ ଏହି ୩ ଗୋଟିଏ ପ୍ରୋଜେକ୍ଟରେ ଏକା ସହିତ ନଜର ଆସିବେ ।

 Ranbhir-Deepika

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ରଣବୀର ଏବେ ନିଜର ଆଗାମୀ ପ୍ରୋଜେକ୍ଟ ବ୍ରହ୍ମାସ୍ତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେହିପରି ଦୀପିକା ଏବେ ମେଘନା ଗୁଲଜାରହ୍କ ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ସେ ଏସିଡ ସରଭାଇବର ଭୂମିକାରେ ନଜର ଆସିବେ । ଫିଲ୍ମରେ ତାଙ୍କ ଅପୋଜିଟରେ ବିକ୍ରାନ୍ତ ମେସୀ ନଜର ଆସିବେ । ଫିଲ୍ମ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More