Only for Entertainment

ଗ୍ରୀଷ୍ମଦିନେ ଏଭଳି ନିଅନ୍ତୁ ତ୍ୱଚାର ଯତ୍ନ ।

Skincare Org.
26

କାକୁଡ଼ି ଫେସପ୍ୟାକ –
ଖରା ଦିନେ କାକୁଡ଼ି ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଅଟେ। କାରଣ ଏଥିରେ ବହୁ ପରିମାଣରେ ଜଳୀୟଅଂଶ ରହିଛି। ସେହିପରି ମୁହଁରେ କାକୁଡ଼ିରେ ପ୍ରସ୍ତୁତ ଫେସପ୍ୟାକ ଲଗାଇବା ବେଶ ଲାଭଦାୟକ। ପ୍ରଥମେ କାକୁଡ଼ିର ଚୋପା ଛଡ଼ାଇ ଏଥିରେ ଚିନି ମିଶାଇ ପେଷି ଦିଅନ୍ତୁ। ଏହାକୁ ୧୫ ମିନିଟ ଫ୍ରିଜରେ ରଖି ଦିଅନ୍ତୁ। ଏହା ପରେ ଏହାକୁ ମୁହଁରେ ଲଗାଇ ୧୦ ମିନିଟ ରଖନ୍ତୁ। ପରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୨ଥର ଲଗାଇବା ଦ୍ୱାରା ମୁହଁ ଖୁବ ସୁନ୍ଦର ହୋଇଥାଏ ଓ କଳା ପଡ଼ିନଥାଏ।

 

ଟମାଟୋ ଫେସପ୍ୟାକ –
ଏହି ଫେସପ୍ୟାକ ଯେଉଁମାନଙ୍କର ତେଲିଆ ତ୍ୱଚା ସେମାନଙ୍କ ପାଇଁ ବେଶ ଉପଯୋଗୀ। ଟମାଟୋକୁ ପେଷି ଦିଅନ୍ତୁ। ଏଥିରେ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମୁହଁରେ ଲଗାଇ ୧୫ ମିନିଟ ରଖନ୍ତୁ। ପରେ ଥଣ୍ଡା ପାଣିରେ ଏହାକୁ ଧୋଇ ଦିଅନ୍ତୁ।

ତରଭୂଜ ଫେସପ୍ୟାକ –
ଶରୀରରେ ଜଳୀୟ ଅଂଶର ମାତ୍ରା କମ ନହେବା ପାଇଁ ଖରାଦିନେ ଅଧିକ ତରଭୂଜ ଖାଇଥାଉ। ଏହାର ଫେସପ୍ୟାକ ତ୍ୱଚା ବେଶ ଉପଯୋଗୀ। ପ୍ରଥମେ କାକୁଡ଼ିର ରସ, ତରଭୂଜ ରସ, ଦହିକୁ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହା ପରେ ଏହାକୁ ମୁହଁରେ ଲଗାଇ ୨୦ ମିନିଟ ଲଗାଇ ଧୋଇ ଦିଅନ୍ତୁ। ଏହା ମୁହଁର ସୌନ୍ଦର୍ଯ୍ୟକୁ ବଢାଇବା ସହ ଖରାଦିନରେ ଏହା ମୁହଁ ପାଇଁ ଆଶୀର୍ବାଦ ଅଟେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More