Only for Entertainment

ଘର ଲୋକ ମନା କରିବାରୁ ପ୍ରେମୀ ଯୁଗଳ ଫେସବୁକରେ କଲେ ଲାଇଭ ବିବାହ ।

Live Law
0 40

ପ୍ରାୟତଃ ଶୁଣିଥିବେଯେ ଲୋକ କୁହନ୍ତି ସତ ଭଲପାଇବା କେବେ ଜାତି ଧର୍ମ ଦେଖି କରାଯାଇନଥାଏ । ଏହା କେବଳ ପ୍ରେମ ଓ ବିଶ୍ୱାସର ପ୍ରତୀକ । ଏହା କେତେବେଳେ କାହାକୁ ମଧ୍ୟ ହୋଇପାରେ ।

ନିକଟରେ ସେହିଭଳି ଏକ ସତ୍ୟ ପ୍ରେମ କାହାଣୀ ଦୁନିଅକୁ ଦେଖିବାକୁ ମିଳିଛି । ପ୍ରେମରେ ବୁଡ଼ି ଯାଇଥିବା ଏକ ପ୍ରେମୀ ଯୁଗଳ ଘର ଲୋକଙ୍କ ବିରୁଦ୍ଧରେ ଯାଇ ବିବାହର ଫେସବୁକ ଲାଇଭ କରିଛନ୍ତି ।

କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ ମଧୁଗିରୀରେ ରହୁଥିବା ୨୫ ବର୍ଷୀୟ କୀରନ କୁମାର ଏବଂ ୧୯ ବର୍ଷୀୟ ଟି ଅର୍ପିତା ଶୁକ୍ରବାରକୁ ଉତ୍ତରୀ ବେଙ୍ଗାଲୁରୁର ହେସାରଗଟ୍ଟା ସ୍ଥିତ ଏକ ମନ୍ଦିରରେ ଘର ଲୋକଙ୍କ ବିରୁଦ୍ଧରେ ଯାଇ ବିବାହ କରିଛନ୍ତି ।
କୀରନ କୁମାର ବୃତ୍ତିରେ ଜଣେ ବ୍ୟବସାୟୀ । ଅର୍ପିତା ବି.କମ ଦ୍ୱିତୀୟ ବର୍ଷ ଛାତ୍ରୀ । ଏହି ଦୁଇଜଣ ଉଭୟକୁ ଖୁବ ଭଲ ପାଆନ୍ତି,କିନ୍ତୁ ଭିନ୍ନ ଭିନ୍ନ ଜାତି କାରଣରୁ ଏମାନଙ୍କ ଘର ଲୋକଙ୍କ ପକ୍ଷରୁ ବିବାହ ପାଇଁ ଅନୁମତି ମିଳିଲାନାହିଁ ।

ଏକ ଇଂଟରଭ୍ୟୁରେ ଏହି ଯୋଡ଼ି କହିଲେଯେ କିଛି ସପ୍ତାହ ପର୍ଯ୍ୟନ୍ତ ଘର ଲୋକ ରାଜି ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ । କିନ୍ତୁ ରାଜନୈତିକ ଦଳରୁ ସମ୍ବଦ୍ଧ ରଖୁଥିବା ଅର୍ପିତାଙ୍କ ବାପା ପୋଲିସରେ ମାମଲା ରୁଜୁ କରାଇଥିଲେ । ଯାହାପରେ ଏହି ଘଟଣା ଖୁବ ଗମ୍ଭୀର ହୋଇଗଲା । ତେବେ ନିଜ ବିବାହରେ ପରିବାର ଲୋକଙ୍କ ଉପସ୍ଥିତି ଚାହୁଁଥିଲେ ମଧ୍ୟ ପରିସ୍ଥିତି ବିଗିଡ଼ିଯିବାରୁ ସେମାନଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଲା । ଏହାପରେ ସେମାନେ ମନ୍ଦିରେ ବିବାହ କରିବା କଥା ଚିନ୍ତାକଲେ ।

ବିବାହ ଭିଡ଼ିଓକୁ ଦେଖିବା ପରେ ପୋଲିସ ଏହାକୁ ପ୍ରମାଣ ଭାବେ ମାନିଛି ଏବଂ ମାମଲାକୁ ବନ୍ଦ କରିବାକୁ ବିଚାର କରୁଛି । ଏହା ସହିତ ପୋଲିସ କହିଛିଯେ ସେମାନଙ୍କୁ ଝିଅର ବୟାନ ନେବାକୁ ପଡ଼ିବ । ସେ ନାବାଳିକା ନୁହେଁ ଏବଂ ସେ ନିଜ ଇଛାରେ ବିବାହ କରିପାରିବେ । ବିବାହ ପରେ ଝିଅଟି ଫେସବୁକରେ ଏକ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ସେ କହିଛନ୍ତିଯେ ଆମେ ଏବେ ବିବାହିତ,ଏବଂ ପରସ୍ପରକୁ ଭଲ ପାଉ । ଯଦି କେହି ଆମକୁ ଅଲଗା କରିବାକୁ କିମ୍ବା କୌଣସି କ୍ଷତି ପହଂଚାଇବାକୁ ଚେଷ୍ଟା କରିବ ତେବେ ଆମେ ଆମ ଜୀବନ ଦେଇ ଦେବୁ । ଏହା ସହିତ ଝିଅ ଜଣକ ଏହା ମଧ୍ୟ କହିଛନ୍ତିଯେ, ପ୍ରିୟ ପୋଲିସ ଯଦି ଆପଣ ଆମକୁ କୌଣସି ବାଧା ପହଂଚାଇବାକୁ ଚେଷ୍ଟା କରିବେ ତେବେ ଆମେ ଆପଣଙ୍କ ନାମ ଲେଖି ଆତ୍ମହାତ୍ୟ କରିଦେବୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More