Only for Entertainment

ପୁୁରୁଷଙ୍କ ପାଇଁ ଫେସପ୍ୟାକ, ଚେହେରାରେ ଆଣିବ କୋମଳତା

GQ.com
0 47

ପୁୁରୁଷ ଓ ମହିଳାଙ୍କ ତ୍ୱଚା ଭିନ୍ନ ଭିନ୍ନ ଏଥିପାଇଁ ଉଭୟଙ୍କ ତ୍ୱଚାର ଯତ୍ନ ନେବାର ଉପାୟ ବି ଭିନ୍ନ ଭିନ୍ନ । ପୁରୁଷଙ୍କ ତ୍ୱଚା ଶକ୍ତ ହୋଇଥିଲା ବେଳେ ମହିଳାଙ୍କ ତ୍ୱଚା କୋମଳ ହୋଇଥାଏ । ଶୀତ ଦିନେ ତ୍ୱଚା ରୁକ୍ଷ ହେବା ଏକ ସାଧାରଣ ସମସ୍ୟା । ଏହା କେବଳ ମହିଳାଙ୍କଠାରେ ନୁହେଁ ପୁରୁଷଙ୍କଠାରେ ମଧ୍ୟ ଦେଖିବାକୁ ମିଳେ । ଏଥିପାଇଁ ପୁରୁଷମାନେ ରୁକ୍ଷତା ଦୂର କରିବା ପାଇଁ ଖାସ ଫେସପ୍ୟାକ ତିଆରି କରି ବ୍ୟବହାର କରିବା ଉଚିତ । କିଛି ଘରୋଇ ଉପାୟରେ ଏହି ଫେସପ୍ୟାକ ତିଆରି କରାଯାଇପାରିବ । ଏହାକୁ ସ୍ୱଳ୍ପ ଖର୍ଚ୍ଚରେ ତିଆରି କରାଯାଇପାରିବ । ଆସନ୍ତୁ ଜାଣିବା ଫେସପ୍ୟାକ ତିଆରି କରିବା ପାଇଁ କେତେକ ଉପାୟ-

  • ଅମୃତଭଣ୍ଡାର ବ୍ୟବହାର
    ଅମୃତଭଣ୍ଡାକୁ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏଥିରେ ଏକ ଚାମଚ ଲେମ୍ବୁ ଓ ଏକ ଚାମଚ କ୍ଷୀରକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହି ପ୍ୟାକକୁ ମୁଁହରେ ଲଗାନ୍ତୁ । ୧୦ ମିନିଟ ପଇଁ ପ୍ୟାକକୁ ଶୁଖିବାକୁ ଛାଡିଦିଅନ୍ତୁ । ଏହାକୁ ଲଗାଇବା ଦ୍ୱାରା ଚେହେରାରୁ ଡେଡ ସ୍କିନ ବାହାରି ଯାଇଥାଏ ଓ ତ୍ୱଚାରେ ଚମକ ଆସିଥାଏ । ଏହାକୁ ସପ୍ତାହରେ ୩ଥର ବ୍ୟବହାର କରନ୍ତୁ ।
  • ମୁଲତାନୀ ମାଟି
    ମୁଲତାନୀ ମାଟିରେ ଗୋଲାପ ଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ପରେ ଏହାକୁ ମୁଁହରେ ଲଗାଇ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ପାଣିରେ ମୁଁହକୁ ଧୋଇ ଦିଅନ୍ତୁ । ଏହା କରିବା ଦ୍ୱାରା ଚେହେରାରେ ଚମକ ଆସିବା ସହିତ ତ୍ୱଚା କୋମଳ ହୋଇଥାଏ ।
  • କଦଳୀର ଫେସପ୍ୟାକ
    ପୁରୁଷମାନେ ଯଦି ଚେହେରାରୁ ଦାଗ ଓ ବ୍ରଣ ଦୂର କରିବାକୁ ଚାହାଁନ୍ତି ତେବେ କଦଳୀର ଫେସପ୍ୟାକ ସବୁଠାରୁ ଉପଯୋଗୀ । ଏଥିପାଇଁ କଦଳୀ ସହିତ ଗୋଲାପ ଜଳକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁଁହରେ ଲଗାଇ ଶୁଖିବାପରେ ମୁଁହକୁ ପାଣିରେ ଧୋଇଦିଅନ୍ତୁ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More