Only for Entertainment

ପରିଶ୍ରମ କରିବା ପରେ ମଧ୍ୟ ସଫଳତା ମିଳୁନାହିଁ କି ? ଘରୁ ବାହାର କରନ୍ତୁ ଏହି ସବୁ ଜିନିଷ

flickr
0 151

ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବା ପାଇଁ ଖୁବ ପରିଶ୍ରମ କରିଥାଏ ଏବଂ ଧନୀ ହେବା ପାଇଁ ସ୍ୱପ୍ନ ଦେଖିଥାଏ । କିନ୍ତୁ କିଛି ଲୋକଙ୍କର ଏହି ସ୍ୱପ୍ନ ପୂରା ହୋଇଥାଏ । ଅଧିକାଂଶ ଲୋକ ନିଜ ସ୍ୱପ୍ନକୁ ପୂରା କରିପାରନ୍ତି ନାହିଁ । ଏହାର କାରଣ ଗ୍ରହ ଦୋଷ ଏବଂ ବାସ୍ତୁ ଦୋଷ ହୋଇଥାଏ । ଏହି କାରଣରୁ ବ୍ୟକ୍ତିକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ ଏହି ଦୋଷକୁ ଦୂର କରିବା ପାଇଁ ଆସନ୍ତୁ ଜାଣିବା କିଛି ସରଳ ଉପାୟ ।

  • ଭଙ୍ଗାରୁଜା ଜିନିଷକୁ ଘର-ଦେକାନ ଠାରୁ ଦୂରରେ ରଖନ୍ତୁ –
    ଘର-ଦୋକାନର ବାତାବରଣକୁ ସୁସ୍ଥ ଏବଂ ପବିତ୍ର ରଖିବା ପାଇଁ ଅଦରକାରୀ ଜିନିଷକୁ ଘରୁ ବାହାର କରନ୍ତୁ । ପୁରୁଣା ଜୋତା-ଚପଲ, ତାଲା ନଥିବା ଚାବି, ଜଙ୍କ୍ ଲାଗିଥବା ଲୁହା, ଖରାପ କାଠ ଆଦି ଜିନିଷକୁ ତୁରନ୍ତ ଘରୁ ବାହାର କରିଦିଅନ୍ତୁ । ଭଙ୍ଗାରୁଜା ଜିନିଷ ଘରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ବଢିଥାଏ । ଏହା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ବିଚାର ଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ ।
  • ଘରକୁ ସଫା ରଖନ୍ତୁ-
    ଘରେ ଯଦି କୌଣସି ସ୍ଥାନରେ ପାଣି ଜମି ରହିଥାଏ କିମ୍ବା ଅଳିଆ ଆବର୍ଜନା ପଡିଥାଏ ତେବେ ଏହାକୁ ତୁରନ୍ତୁ ସଫା କରନ୍ତୁ । ଏହା ଦ୍ୱାରା ନକରାତ୍ମକ ଶକ୍ତି ବଢିଥାଏ ଏବଂ ଘର ପରିବାର ଉପରେ ଖରାପ ପ୍ରଭାବ ପଡିଥାଏ ।
  • ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ –
    ରାତିରେ ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ । ଏହାଦ୍ୱାରା ଗ୍ରହ ଦୋଷ ବଢିଥାଏ । ଏହା ସହିତ ଅଇଁଠା ବାସନ ପକାଇ ରଖିବା ଦ୍ୱାରା ଅସରପା ପରି ଅନେକ କୀଟ ବଢିଥାନ୍ତି ଫଳରେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।
  • ବଡ ଲୋକଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରନ୍ତୁ-
    ବଡମାନଙ୍କର ଆଶୀର୍ବାଦ ନେଇ କାର୍ଯ୍ୟ କରିବା ଦ୍ୱାରା କାର୍ଯ୍ୟ ସଫଳ ହୋଇଥାଏ । ତେଣୁ ବଡମାନଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ କରନ୍ତୁ । ସଫଳତା ମିଳିବ ।
  • ଦାନ-ପୂଣ୍ୟ କରନ୍ତୁ-
    ଅଧିକ ସୁଖ ପାଇବା ପାଇଁ ଦାନ-ପୂଣ୍ୟ କରନ୍ତୁ । ଗରିବଙ୍କୁ ଦାନ ଦେବା ସହିତ ପଶୁପକ୍ଷୀମାନଙ୍କୁ ଭୋଜନ ଦେବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More